ରିପୋର୍ଟ କାର୍ଡ / କଟକ
ପାର୍ବଣରେ ବଳପୂର୍ବକ ଚାନ୍ଦା ମାଗିବେନାହିଁ, ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ | କଟକ ସହରରେ ପୂଜାପର୍ବ ଉପଲକ୍ଷେ ପୂଜା ନାମରେ ବଳପୂର୍ବକ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିଛି କମିଶନରେଟ ପୋଲିସ । ଯଦି କେହି ପୂଜା ନାମରେ ବଳପୂର୍ବକ ଚାନ୍ଦା ଆଦାୟ କରୁଥାନ୍ତି ତେବେ ସେ ସମ୍ପର୍କରେ ପୋଲିସକୁ ତୁରନ୍ତ ଜଣାଇବାକୁ ପରାମର୍ଶ ଦିଆଯାଇଛି । ଏ କ୍ଷେତ୍ରରେ ସୂଚନା ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖାଯିବା ସହିତ ଚାନ୍ଦା ଆଦାୟ କରୁଥିବା ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପିଙ୍କ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ।
Discussion about this post