ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତବର୍ଷ କୋଭିଡ କଟକଣା ଭିତରେ ଶ୍ରୀମନ୍ଦିର ବାହାରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ସମସ୍ତ କୋଭିଡ୍ କଟକଣାକୁ ମାନି ଚନ୍ଦ ଯାତ୍ରା ହେବ ବୋଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲ ବୈଠକ ଶେଷ ହୋଇଛି । ଚଳିତବର୍ଷ କୋଭିଡ କଟକଣା ଭିତରେ ବାହାରେ ହେବ ଚନ୍ଦନଯାତ୍ରା । ସର୍ବନିମ୍ନ ଲୋକଙ୍କୁ ନେଇ ହେବ ଚନ୍ଦନଯାତ୍ରା। କେବଳ ସେବାୟତଙ୍କୁ ନେଇ ଚନ୍ଦନ ଯାତ୍ରା ହେବାର ନିଷ୍ପତି ହୋଇଥିବା ବେଳେ ଚନ୍ଦନ ଯାତ୍ରା ପୂର୍ବରୁ ସେବାୟତ ମାନଙ୍କ କୋଭିଡ୍ ଟେଷ୍ଟ ମଧ୍ୟ କରାଯିବ । ଏଥିପାଇଁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ ମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯିବ । ଚନ୍ଦନ ଯାତ୍ରାର ନୀତିକାନ୍ତି ନେଇ ଆଗକୁ ଛତିଶାନି ଯୋଗର ବୈଠକରେ ସ୍ଥିର କରାଯିବ ବୋଲି ଜଣାପଡିଛି ।






More Stories
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..