ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୨୪ ମାର୍ଚ୍ଚ ୨୫ରେ ଅର୍ଥାତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ । ଯେଉଁ କାରଣରୁ ଏହା ପାଳନ ହେବ ନାହିଁ। ହୋଲିରେ ମଧ୍ୟ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା ଆମେରିକା, ଜାପାନ, ରୁଷିଆର କିଛି ଅଂଶ, ଆୟର୍ଲାଣ୍ଡ, ଇଂଲଣ୍ଡ, ସ୍ପେନ, ପର୍ତ୍ତୁଗାଲ, ଇଟାଲୀ, ଜର୍ମାନୀ, ଫ୍ରାନ୍ସ, ହଲାଣ୍ଡ, ବେଲ୍ଜିୟମ, ଦକ୍ଷିଣ ନରୱେ ଏବଂ ସ୍ବିଜରଲାଣ୍ଡରେ ଦୃଶ୍ୟମାନ ହେବ। ଏହା ସକାଳ ୧୦.୨୪ରୁ ଆରମ୍ଭ ହୋଇ ୩.୦୧ ପର୍ଯ୍ୟନ୍ତ ଚାଲିବ। ଏହି ଚନ୍ଦ୍ରଗ୍ରହଣର ସମୁଦାୟ ଅବଧି ୪ଘଣ୍ଟା ୩୬ ମିନିଟ ରହିବ। ତେବେ ଭାରତରେ ଦୃଶ୍ୟମାନ ହେଉ ନ ଥିଲେ ମଧ୍ୟ ଏହା ଅନେକ ରାଶିର ଲୋକଙ୍କୁ ପ୍ରଭାବିତ କରିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମିଥୁନ, ସିଂହ, ମକର ରାଶି ଏବଂ କୁମ୍ଭବାସୀଙ୍କ ପାଇଁ ଶୁଭ ହେବ।
Discussion about this post