Report Card Odisha

| Daily Odia News

ଚନ୍ଦ୍ରବାବୁଙ୍କୁ ଜେଲରେ ହତ୍ୟା ଷଡଯନ୍ତ୍ର !….

ରିପୋର୍ଟ କାର୍ଡ / ବିଜୟୱାଡା

ଜେଲ୍‌ରେ ବନ୍ଦୀ ଥିବା ତେଲୁଗ ଦେଶମ୍ ପାର୍ଟି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ହତ୍ୟା କରିବା ଲାଗି ରାଜ୍ୟ ସରକାର ଯୋଜନା କରୁଥିବା ଅଭିଯୋଗ ହୋଇଛି। ଟିଡିପି ନେତା ତଥା ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେଶ ଗୁରୁବାର ଏପରି ଅଭିଯୋଗ କରିଛନ୍ତି। ଲୋକେଶ ଅଭିଯୋଗ କରିଛନ୍ତି ଯେ ରାଜମୁନ୍ଦ୍ରୀ କେନ୍ଦ୍ରୀୟ କାରାଗାରରେ ତାଙ୍କ ପିତାଙ୍କୁ ବନ୍ଦୀ କରି ରଖାଯାଇଛି। ବନ୍ଦୀ ସମୟରେ ତାଙ୍କୁ ହତ୍ୟା କରିବା ଲାଗି ଜଗନ ମୋହନ ରେଡ୍ଡିଙ୍କ ନେତତ୍ବ ୱାଇଏସ୍‌ଆରସିପି ସରକାର ଷଡଯନ୍ତ୍ର କରିଛନ୍ତି। ଚନ୍ଦ୍ରବାବୁଙ୍କ ଭଳି ରାଜନୈତିକ ପ୍ରତିଦ୍ବନ୍ଦ୍ବୀଙ୍କୁ ହତ୍ୟା କରି ଜଗନ ନିରଙ୍କୁଶ କ୍ଷମତା ଉପଯୋଗ କରିବାକୁ ଚାହୁଁଛନ୍ତି। ଚନ୍ଦ୍ରବାବୁ ରହିଥିବା ଜେଲ୍‌ରେ ମଶା ଉପଦ୍ରବ ବୃଦ୍ଧି ପାଇଥିବାବେଳେ ଏହାର କୌଣସି ପ୍ରତିକାର କରାଯାଉ ନାହିଁ। ନିକଟରେ ଭେଙ୍କଟ ସତ୍ୟନାରାୟଣ ନାମରେ ଜଣେ ବିଚାରାଧୀନ କଏଦୀ ଜେଲ୍‌ରେ ଡେଙ୍ଗୁ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ତେଣୁ ଚନ୍ଦ୍ରବାବୁଙ୍କୁ ଅନୁରୂପ ଢଙ୍ଗରେ ହତ୍ୟା କରିବାର ଯୋଜନା କରାଯାଇଛି। ତେବେ ଜେଲ୍‌ରେ ତାଙ୍କ ପିତାଙ୍କର କୌଣସି ପ୍ରକାର ମୃତ୍ୟୁ ହେଲେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ଦାୟୀ ରହିବେ ବୋଲି ସେ କହିଛନ୍ତି।

Breaking News