ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ସରକାରୀ ବିଲଡିଂର ରଙ୍ଗ ବଦଳିବ । ଏନେଇ ଆଜି ପୂର୍ତ୍ତ ବିଭାଗ ଚିଠି ଲେଖିଛି । କୋଠାର ବାହାର ପଟ କମଳା ରଙ୍ଗ ହେବ ଓ ନାଲି ବର୍ଡର ରହିବ । ଏନେଇ ସମସ୍ତ ଯନ୍ତ୍ରୀ, ଓଡ଼ିଶା କୋଠା ଓ ନିର୍ମାଣ ନିଗମ ଲିମିଟେଡ (ଓବିସିସି)ଙ୍କୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି । ରାଜ୍ୟର ସମସ୍ତ ସରକାରୀ କୋଠାର ରଙ୍ଗ ସମାନ ହେବ । ଏନେଇ ରାଜ୍ୟ ସରକାରଙ୍କ ଏଆଇସି କମ୍ ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯିବା ସହ କଲର କୋଡ୍ ମଧ୍ୟ ଜାରି କରାଯାଇଛି । ତେବେ ଏହି ୟୁନିଫର୍ମ କଲର କୋର୍ଡ ରାଜ୍ୟର ସମସ୍ତ ପୁରୁଣା ବିଲଡିଂ ଓ ନୂଆ ବିଲଡିଂ ପାଇଁ ଲାଗୁ ହେବ ବୋଲି କୁହାଯାଇଛି । ରାଜ୍ୟ ସରକାରଙ୍କ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଏଣିକି ସମସ୍ତ ସରକାରୀ କୋଠାର ରଙ୍ଗ କମଳା ଓ ନାଲି ବର୍ଡର ବିଶିଷ୍ଟ ହେବ । କୌଣସି ବିଲଡିଂ କାର୍ଯ୍ୟକ୍ଷମ ଥିଲେ କିମ୍ବା ମରାମତି, ନବୀକରଣ ସମୟରେ ରଙ୍ଗ ପରିବର୍ତ୍ତନ କରାଯିବ ବୋଲି କୁହାଯାଇଛି ।
More Stories
ବିଲ ମଝିରେ ଅବତରଣ କଲା ନୌସେନା ହେଲିକପ୍ଟର…..
ତାଜମହଲ ଉଡ଼ାଇବାକୁ ଧମକ….
ଦକ୍ଷିଣ କୋରିଆରେ ଜରୁରୀକାଳୀନ ସାମରିକ ଆଇନ ଲାଗୁ….