ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଜମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବ। ଜମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭାର ୯୦ ଲେଖାଏଁ ଆସନରେ ହୋଇଛି ଭୋଟ୍। ନିର୍ବାଚନ ଫଳ ଜାଣିବା ଲାଗି ନାଗରିକ ମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ରହିଛି। ଏହି ନିର୍ବାଚନ ଉଭୟ ଜମ୍ମୁ କାଶ୍ମର ଓ ହରିୟାଣା ପାଇଁ ଗୁରୁତ୍ଵପୂର୍ଣ୍ଣ। କାରଣ ଜାମ୍ମୁ କାଶ୍ମୀରରେ ୧ ଦଶନ୍ଧି ପରେ ଭୋଟ୍ ହୋଇଥିବାବେଳେ ହରିୟାଣାରେ ମଧ୍ୟ ୧୦ ବର୍ଷ ପରେ କ୍ଷମତା ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି। ବୁଥ୍ ବାହୁଡା ମତ ଅନୁଯାୟୀ କଂଗ୍ରେସ ହରିୟାଣାରେ ୧୦ ବର୍ଷ ପରେ କ୍ଷମତାକୁ ଫେରିବ। କଂଗ୍ରେସ ହରିୟାଣାରେ ପାଖାପାଖି ୫୫ ଆସନରେ ଜିତିବ , ବିଜେପି ୨୭ , ଆଇଏନଏଲଡି ୨, ଜେଜେପି ୧ ଏବଂ ଅନ୍ୟମାନେ ୫ ଆସନରେ ଜିତିବେ ବୋଲି ବୁଥ୍ ବାହୁଡା ମତ କହୁଛି। ଜାମ୍ମୁ କାଶ୍ମୀରରେ ସେପ୍ଟେମ୍ବର ୧୫, ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ ତାରିଖରେ ୩ ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମଥର ପାଇଁ ସେଠାରେ ବିଧାନସଭା ନିର୍ବାଚନ ହୋଇଛି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..