Report Card Odisha

| Daily Odia News

ଛତିଶଗଡ଼ ଖୋଲିଲା ୬୬ ଗେଟ୍…..

ରିପୋର୍ଟ କାର୍ଡ / ଛତିଶଗଡ଼

ଛତିଶଗଡ଼ କଲମା ବ୍ୟାରେଜର ୬୬ଟି ଗେଟ୍ ଖୋଲିଦେଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି, ଯାହାଫଳରେ ହୀରାକୁଦରେ ବର୍ଷା ପାଣି ପଶିବା ଆରମ୍ଭ ହୋଇଛି। କଲମା ଗେଟ୍ ଖୋଲିବା ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି। ସୂଚନା ଅନୁଯାୟୀ, ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୩.୬୭ ଫୁଟ୍ ରହିଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ୭୯ ହଜାର ୨୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିଭଳି ୨୯ ହଜାର ୭୭୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରର ମୋଟ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି। ଉପରମୁଣ୍ଡରେ ଯଦି ଏଭଳି ଲଗାତାର ବର୍ଷା ହୁଏ, ତେବେ ଖୁବ ଶୀଘ୍ର ହୀରାକୁଦ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛାଡ଼ିବ।

Breaking News