Report Card Odisha

| Daily Odia News

ରାଜ୍ୟ ମହିଳା କମିଶନରେ ସଦସ୍ୟ ଭାବେ ୬ ଙ୍କୁ ନିଯୁକ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ମହିଳା କମିଶନରେ ନୂଆ ସଦସ୍ୟା ନିଯୁକ୍ତ ହୋଇଛନ୍ତି । ୬ ଜଣଙ୍କୁ ମହିଳା କମିଶନ ସଦସ୍ୟା ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନେ ହେଉଛନ୍ତି ଯାଜପୁରର ସ୍ବର୍ଣ୍ଣଲତା ସାମଲ, ବ୍ରଜରାଜନଗରର ସୁଜାତା ଦିଗାଳ ସଦସ୍ୟା, ସୁନ୍ଦରଗଡ଼ର ବିଜୟା ବରୁଆ, ଭୁବନେଶ୍ବରର ସ୍ବାଗତିକା ମହାନ୍ତି ସଦସ୍ୟା। ଏହା ସହିତ ଜଗତସିଂହପୁରର ବବିତା ସ୍ବାଇଁ ମହିଳା କମିସନ ସଦସ୍ୟା ଭାବେ ନିଯୁକ୍ତି କରାଯାଇଥିବା ବେଳେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ବିଥିକା ସ୍ବାଇଁଙ୍କୁ ନିଯୁକ୍ତି ଦିଆଯାଇଛି ।

Breaking News