ରିପୋର୍ଟ କାର୍ଡ / ଭୁବନେଶ୍ୱର
କଟକରେ ସୁଜଳ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ ସୁଦ୍ଧା କଟକର ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ପାନୀୟ ଜଳ ଯୋଗାଣ ପାଇଁ ୭୯୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟିତ ହୋଇଛି । ୪୩୦ କୋଟିର ଭିତ୍ତିଭୂମି ଓ ୩୬୦ କୋଟିର ସୁଜଳ ଯୋଜନା ଲୋକାର୍ପିତ କରିଛନ୍ତି ନବୀନ । ୫୫୦ କିମିର ପାଇପ୍ଲାଇନ୍ ସହ ୩ଟି ଜଳ ବିଶୋଧନ ପ୍ଲାଣ୍ଟ ହେବ । କଟକର ୫୯ଟି ୱାର୍ଡରେ ଟ୍ୟାପ୍ରୁ ୨୪ ଘଣ୍ଟା ବିଶୁଦ୍ଧ ପାଣି ମିଳିବ । ଏଥିରେ ୧.୪ ଲକ୍ଷ ପରିବାରର ୭ ଲକ୍ଷ ଲୋକ ଉପକୃତ ହେବେ । ୨୪ ଘଣ୍ଟିଆ ବିଶୁଦ୍ଧ ପାଣି ପାଇବେ ୭ ଲକ୍ଷ ବାସିନ୍ଦା । ସୁଜଳ ଯୋଜନାର ଶୁଭାରମ୍ଭ ଅବସରରେ ପାଣି ନଷ୍ଟ ନକରିବାକୁ କଟକବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
More Stories
ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅରୁଣ କହିଲେ….
କଂଗ୍ରେସର ୧୨ ବିଧାୟକ ନିଲମ୍ବିତ……
ଭିଜିଲାନ୍ସ ଜାଲରେ ପତି-ପତ୍ନୀ…..