ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନୂତନ ଭାବେ ଚୟନିତ ପ୍ରାର୍ଥୀମାନେ ଏହି ନିଯୁକ୍ତି ପତ୍ର ପାଇଛନ୍ତି। ମୋଟ ୯ଟି ବିଭାଗରେ ଚୟନିତ ପ୍ରାର୍ଥୀମାନଙ୍କୁ ଏହି ଅବସରରେ ନିଯୁକ୍ତି ପତ୍ର ଦିଆଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜ ଦାୟିତ୍ୱକୁ ନିଷ୍ଠା, ସ୍ୱଚ୍ଛତା ଓ ଦକ୍ଷତାର ସହ ତୁଲାଇବାକୁ ପରାମର୍ଶ ଦେଇଥିଲେ। ସରକାରୀ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ସହ ରାଜ୍ୟବାସୀଙ୍କୁ ଉନ୍ନତମାନର ସେବା ଯୋଗାଇବାରେ ନବନିଯୁକ୍ତ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି କୁହାଯାଇଥିଲା।ନିଯୁକ୍ତି ପତ୍ର ପାଇଥିବା ପ୍ରାର୍ଥୀମାନେ ଏହି ନୂତନ ସୁଯୋଗ ପାଇଁ ଖୁସି ପ୍ରକାଶ କରିବା ସହ ସରକାରୀ ସେବାରେ ଯୋଗଦେଇ ରାଜ୍ୟର ବିକାଶ ଓ ଜନସାଧାରଣଙ୍କ ସେବାରେ ନିଜର ଅବଦାନ ରଖିବାକୁ ଆଶା ପ୍ରକାଶ କରିଥିଲେ।ରାଜ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧି, ଯୁବପିଢ଼ିଙ୍କୁ ସରକାରୀ ଚାକିରିର ସୁଯୋଗ ଦେବା ଏବଂ ବିଭିନ୍ନ ବିଭାଗରେ ମାନବ ସମ୍ବଳକୁ ସୁଦୃଢ଼ କରିବା ଦିଗରେ ଏହି ନିଯୁକ୍ତି ମେଳା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି।






More Stories
ସଞ୍ଜୀବ ପଣ୍ଡା,ଯଶୋବନ୍ତ ଜେଠୱାଙ୍କୁ ପଦୋନ୍ନତି…..
ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିୟନମାନଙ୍କୁ ଭେଟିଥିଲେ ମୋଦି…..
IIRF ରାଙ୍କିଂ-୨୦୨୬ରେ ଓଡ଼ିଶାର ୩ ମେଡିକାଲ କଲେଜ…..