ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା କାଲିଠାରୁ ୩ ଦିନିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ସେଠାରେ ସେ କିଛି ସରକାରୀ କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଛନ୍ତି । ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ । ସୂଚନା ଅନୁସାରେ, ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଭିନ୍ନ ସରକାରୀ କାର୍ଯ୍ୟର ସମୀକ୍ଷା କରିବା ପାଇଁ ୩ ଦିନିଆ ଗସ୍ତରେ ଦିଲ୍ଲୀ ଯାତ୍ରା କରୁଛନ୍ତି । ତେବେ ସେ ଆସନ୍ତା ୧୦ ତାରିଖ ଅର୍ଥାତ କାଲି ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ମୁଖ୍ୟମନ୍ତ୍ରୀ ଯିବା ନେଇ ସେଠାରେ ମଧ୍ୟ ବନ୍ଦୋବସ୍ତ ରହିଛି । ସମସ୍ତ କାର୍ଯ୍ୟ ସାରି ସେ ୧୩ ତାରିଖ ଦିନ ଭୁବନେଶ୍ୱର ଫେରିବାର ସୂଚନା ମିଳିଛି ।






More Stories
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..