ରିପୋର୍ଟ କାର୍ଡ / କଟକ
ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ। ସକାଳେ ମୁଖ୍ୟମନ୍ତ୍ରୀ ନିଜେ ବାରବାଟୀ ଷ୍ଟାଡିୟମ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମରେ କ୍ରିକେଟ ଖେଳିଥିଲେ। କ୍ରୀଡା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମଧ୍ୟ ପ୍ରସ୍ତୁତିର ତଦାରଖ କରିବା ସହ କ୍ରିକେଟ୍ ଖେଳିଥିଲେ। ଅନ୍ୟପଟେ ବାରବାଟୀ ଟିକେଟ କାଉଣ୍ଟର ସ୍ଥାନ ମଧ୍ୟ ବଦଳିଛି । ଟ୍ରାଫିକ ପରିଚାଳନାକୁ ଦୃଷ୍ଟିରେ ରଖି କଟକ ବାରବାଟୀ ଷ୍ଟାଡିୟମ୍ ମୁଖ୍ୟ ରାସ୍ତା କଡ଼ରେ ଥିବା ଟିକେଟ୍ କାଉଣ୍ଟର ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି । ମୁଖ୍ୟ ରାସ୍ତା କଡ଼ରେ ନ ରଖି କାଉଣ୍ଟର ଗୁଡ଼ିକୁ ଭିତରକୁ ନିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଏଗୁଡ଼ିକୁ ସ୍ଥାନାନ୍ତର କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍। ୨ ତାରିଖରୁ ଅନଲାଇନ୍ ଟିକେଟ୍ ଏବଂ ୬ ଏବଂ ୭ ତାରିଖ କାଉଣ୍ଟରରେ ଟିକେଟ୍ ମିଳିବ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……