Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଓଡ଼ିଶା ଫୁଡ୍‌ ପ୍ରୋସେସିଂ -୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍‌ ଶୋ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଆସନ୍ତା ୭ ଏବଂ ୮ ତାରିଖରେ ବିଭିନ୍ନ ସଂସ୍ଥା ସହ ଏକାଧିକ ବୈଠକ ଅନୁଷ୍ଠିତ ହେବ। ଆଲୁମିନିୟମରୁ କିପରି ବିଭିନ୍ନ ଉତ୍ପାଦ ପ୍ରସ୍ତୁତ ହେବ। ସେହିପରି ବିଭିନ୍ନ ଡାଉନ ଷ୍ଟ୍ରିମ୍‌ କମ୍ପାନୀ ସହ ଏହି ରୋଡ୍‌ ଶୋ’ରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ କିପରି ଅଧିକରୁ ଅଧିକ ଡାଉନ ଷ୍ଟ୍ରିମ୍‌ କମ୍ପାନୀ ନିବେଶ କରିବେ ସେଦିଗରେ ସରକାର ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। ବିଭିନ୍ନ ଫୁଡ୍‌ ପ୍ରୋସେସିଂ କମ୍ପାନୀ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଅନ୍ୟ କେତେଜଣ ବରିଷ୍ଠ ଅଧିକାରୀଙ୍କ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ୮ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବା କାର୍ଯ୍ୟକ୍ରମ ରହିଛି। କୌଣସି କାରଣ ବଶତଃ ଯଦି ବିଳମ୍ବ ହୁଏ ତେବେ ମୁଖ୍ୟମନ୍ତ୍ରୀ ଏହାର ପରଦିନ ଅର୍ଥାତ୍‌ ୯ ତାରିଖ ସକାଳୁ ଫେରିପାରନ୍ତି।

Breaking News