ରିପୋର୍ଟ କାର୍ଡ / ପାଟନା
ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜୋରଦାର ପ୍ରଚାର ହେଉଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରେ ହେବ, ଯାହାକି ଶେଷ ପର୍ଯ୍ୟାୟ ମତଦାନ ହେବ । ବିହାରରେ ଆଜି ନିର୍ବାଚନ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଆଜି ସୀତାମାଢିରେ ପହଞ୍ଚି ନିର୍ବାଚନ ସଭାରେ ଯୋଗ ଦେଇ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି । ଏହି ସଭାରେ ମୋଦୀ ଆରଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ଆରଜେଡିକୁ ସିଧାସଳଖ ଟାର୍ଗେଟ କରି ମୋଦୀ କହିଛନ୍ତି ଆରଜେଡି ବିହାରରେ କଣ କରିବାକୁ ଚାହୁଁଛି । ପିଲାଙ୍କ ପାଇଁ ସେମାନେ କଣ କରିବାକୁ ଚାହୁଁଛନ୍ତି ତାହା ସେମାନଙ୍କ ନିର୍ବାଚନ ପ୍ରଚାରରେ ସ୍ପଷ୍ଟ ଭାବରେ ଜଣାପଡୁଛି । ଜଙ୍ଗଲ ରାଜ ସମର୍ଥକଙ୍କ ଗୀତ ଓ ସ୍ଲୋଗାନରେ ଶୁଣନ୍ତୁ । ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….