ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜାନୁଆରୀ ୬ ତାରିଖ ସୋମବାର ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟସ୍ତ ରହିବେ ତେଣୁ ସେହିଦିନ ଭୁବନେଶ୍ୱର ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣୀ ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି।






More Stories
ଭୁବନେଶ୍ୱର କୋର୍ଟକୁ ବୋମା ଧମକ…..
ଝଡ଼ବର୍ଷା ସମ୍ଭାବନା !ୟେଲୋ ଓ୍ବାର୍ନିଂ ଜାରି…..
ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ହିଁ ଏକମାତ୍ର ସମାଧାନ…..