ରିପୋର୍ଟ କାର୍ଡ / କଟକ
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗୁରୁବାର ଜାମିନ ମିଳିଛି । ହାଇକୋର୍ଟ ବିଧାୟକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ସାକ୍ଷୀମାନଙ୍କୁ ପ୍ରଭାବିତ ନକରିବାକୁ ସର୍ତ୍ତ ରହିଛି । ତେବେ ନିମ୍ନ ଅଦାଲତ ଆବଶ୍ୟକ ମୁତାବକ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ବିଜେପି ନେତାଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ । ଗତ ୮ ତାରିଖରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବୋଦନ ଖାରଜ ହୋଇଥିଲା । ଖୋର୍ଦ୍ଧା କୋର୍ଟରେ କରିଥିବା ଜାମିନ୍ ଆବେଦନ ଖାରଜ ପରେ ଚିଲିକା ବିଧାୟକଙ୍କୁ ଜେଲ୍କୁ ପଠାଇ ଦିଆଯାଇଥିଲା । ଖୋର୍ଦ୍ଧା ଏଡିଜେ-୧ ଅଦାଲତ ତାଙ୍କର ଜାମିନ ଖାରଜ କରିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ କୋର୍ଟରେ ପ୍ରଶାନ୍ତ ଜଗଦେବ ଆତ୍ମସମର୍ପଣ କରିଥିଲେ । ବିଧାୟକ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଖୋର୍ଦ୍ଧାଙ୍କ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ପାଇଁ ଆବେଦନ କରିଥିଲେ । ଉଲ୍ଲେଖ ଯୋଗ୍ୟ -ଗତ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଥାନାରେ ବିଧାୟକ ଜଗଦେବଙ୍କ ନାମରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ବିଧାୟକ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ହାଇକୋର୍ଟ ପରାମର୍ଶ କ୍ରମେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଆବେଦନ କରିଥିଲେ । ଏହାର ବିଚାର କରି କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ତେବେ ଗୁରୁବାର ତାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି ।






More Stories
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..