ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତରେ ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ଉପରେ ଚୀନ୍ ନଜର ରଖିଥିଲା। ଜୁନ୍ ୪ରେ ଫଳାଫଳରୁ ଜଣାପଡିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍ଡିଏ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆସିଛି। ହେଲେ ତାଙ୍କ ନିଜ ଦଳ ବିଜେପିକୁ ଏକାକୀ ସଂଖ୍ୟାଗରିଷ୍ଠତା ମିଳିନଥିଲା। ଏହାଦ୍ବାରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶକ୍ତି ହ୍ରାସ ପାଇଥିବା ଅନୁଭବ କରି ଚୀନ୍ ବିଶେଷଜ୍ଞମାନେ ଆନନ୍ଦିତ ହୋଇପଡ଼ିଛନ୍ତି। ମେଣ୍ଟ ରାଜନୀତିର ବାଧ୍ୟବାଧ୍ୟତା ବଡ଼ ଧରଣର ସଂସ୍କାର ଓ ନିର୍ଣ୍ଣାୟକ ପଦକ୍ଷେପକୁ ବାଧା ଦେଇଥାଏ, ତାହା ସମସ୍ତେ ଜାଣନ୍ତି। ଚୀନ୍ ଗଣମାଧ୍ୟମ ଓ ବିଶେଷଜ୍ଞମାନେ ଏଥି ନେଇ ଅତ୍ୟନ୍ତ ଉଲ୍ଲସିତ। ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିପିସି) ଦ୍ୱାରା ପରିଚାଳିତ ନ୍ୟୁଜ୍ ଆଉଟ୍ଲେଟ ଗ୍ଲୋବାଲ୍ ଟାଇମ୍ସ ଲୋକସଭା ନିର୍ବାଚନ ଫଳାଫଳ ଉପରେ ନିଜ ରିପୋର୍ଟର ଶୀର୍ଷକ ଦେଇ କହିଛି, ‘ମୋଦୀ ସହଯୋଗୀଙ୍କ ଜରିଆରେ ଅଳ୍ପ ସଂଖ୍ୟାଗରିଷ୍ଠତା ହାସଲ କରି ବିଜୟ ଦାବି କରୁଛନ୍ତି।’ ଏହାର ଉପ-ଶୀର୍ଷକରେ ଲେଖାଥିଲା, ‘ଅର୍ଥନୈତିକ ସଂସ୍କାର ତାଙ୍କ ତୃତୀୟ କାର୍ଯ୍ୟକାଳରେ ଏକ କଷ୍ଟକର ଅଭିଯାନ: ବିଶେଷଜ୍ଞ’। ଗ୍ଲୋବାଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଚୀନ୍ ବିଶେଷଜ୍ଞମାନେ କହିଛନ୍ତି ଯେ, ଚୀନ୍ ଉତ୍ପାଦନ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଏବଂ ଭାରତର ବ୍ୟବସାୟିକ ପରିବେଶରେ ଉନ୍ନତି ଆଣିବା ପାଇଁ ମୋଦୀଙ୍କ ଅଭିଳାଷ ପୂରଣ କଷ୍ଟକର ହେବ। ସରକାରୀ ଖବରକାଗଜ ଚାଇନା ଡେଲିରେ ପ୍ରକାଶିତ ରିପୋର୍ଟର ଶୀର୍ଷକ ହେଉଛି ‘ଦଳକୁ ଝଟକା ମଧ୍ୟରେ ମୋଦୀ ବିଜୟ ଘୋଷଣା କରିଛନ୍ତି’।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……