ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସେନା ଆଜିଠାରୁ ପ୍ରଶାନ୍ତ ମହାସାଗରରେ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ଉକ୍ତ ଅଞ୍ଚଳକୁ ସୁରକ୍ଷିତ ରଖିବା ସହିତ ଚୀନ କବଳରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ସମରାଭ୍ୟାସର ନାମକରଣ ‘ମାଲାବାର ୨୧’ କରାଯାଇଛି। ସଅଗଷ୍ଟ ୨୬ରୁ ଅଗଷ୍ଟ ୨୯ ଯାଏଁ ଚାଲିବ ସମରାଭ୍ୟାସ । ମାଲାବର ୨୧ ନୌସନ୍ୟ ଅଭ୍ୟାସର ୨୫ ତମ ସଂସ୍କରଣ ହେବ । ଭାରତୀୟ ନୌବାହିନୀ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଅଂଶଗ୍ରହଣକାରୀ ନୌବାହିନୀଗୁଡିକ ମଧ୍ୟରେ ସମ୍ପର୍କ ବୃଦ୍ଧିସହିତ ସାମୁଦ୍ରିକ ସୁରକ୍ଷା କାର୍ଯ୍ୟକଳାପ ସମ୍ପର୍କରେ ପାରସ୍ପରିକ ବୁଝାମଣାର ବିକାଶ ଏହାର ଲକ୍ଷ୍ୟ। ମାଲାବାର-୨୧ ସମଭାବାପନ୍ନ ରାଷ୍ଟ୍ରଗୁଡିକର ନୌସେନାଙ୍କୁ ପରସ୍ପରର ଅଭିଜ୍ଞତାରୁ ବିଶେଷ ଜ୍ଞାନ ଆହରଣର ଫାଇଦା ମିଳିବ। ଏହି ସମରାଭ୍ୟାସରେ ଅସ୍ତ୍ରଶସ୍ତ୍ରରୁ ଗୁଳିଗୋଳା ଚାଳନା, ଭୂପୃଷ୍ଠକୁ, ଆକାଶ ମାର୍ଗରେ ପ୍ରତି ଆକ୍ରମଣ କରିବା, ବୁଡାଜାହାଜ ବିଧ୍ୱଂସୀ କୌଶଳ ଆଦି ସାମୁଦ୍ରିକ ଲଢେଇର ସମସ୍ତ ଦିଗ ସ୍ଥାନ ପାଇବ। ଏଥିରେ ଭାରତ, ଆମେରିକା ଜାପାନ ଏବଂ ଅଷ୍ଟ୍ରେଲିଆର ଯୁଦ୍ଧ ଜାହାଜଗୁଡିକ ପ୍ରଶାନ୍ତ ମହାସାଗରର ଗୁଆମ ଉପକୂଳରୁ ସମରାଭ୍ୟାସ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୦ରୁ କ୍ୱାଡର ସମସ୍ତ ସଦସ୍ୟ ରାଷ୍ଟ୍ର ଏଥିରେ ଅଂଶଗ୍ରହଣ କରିଆସୁଛନ୍ତି। ଏଥିରେ ଭାରତର ଯୁଦ୍ଧ ଜାହାଜ ଆଇଏନଏସ କଦମତ୍ତ ଏବଂ ଆଇଏନଏସ ଶିୱାଲିକ, ଏକ ପି-୮୧ ସାମୁଦ୍ରିକ ସାମୁଦ୍ରିକ ସତର୍କ ଦୃଷ୍ଟି ନିରୀକ୍ଷଣକାରୀ ବିମାନ ଏବଂ ମେରାଇନ କମାଣ୍ଡୋମାନେ ଅଂଶଗ୍ରହଣ କରୁଛନ୍ତି। ତାହାସହିତ ଆମେରିକା, ଅଷ୍ଟ୍ରେଲିଆର ବିଧ୍ୱଂସୀକାରୀ ଯୁଦ୍ଧଜାହାଜ, ନୌଭେଳା, କର୍ଭେଟ, ବୁଡାଜାହାଜ, ହେଲିକପ୍ଟର, ଦୂରଗାମୀ ସାମୁଦ୍ରିକ ପଇଁତରାକାରୀ ବିମାନ ଏବଂ ସ୍ୱତନ୍ତ୍ର ସୈନ୍ୟଦଳ ଭାଗ ନେଉଛନ୍ତି।
Discussion about this post