Report Card Odisha

| Daily Odia News

ପୃଥିବୀ ଉପରୁ ଟଳିଲା ବିପଦ, ହିନ୍ଦ୍‌ ମହାସାଗରରେ ଖସିଲା ଚୀନ ରକେଟ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗତ ସପ୍ତାହରେ ଚୀନ ଉତ୍‌କ୍ଷେପଣ କରିଥିବା ସବୁଠୁ ବଡ଼ ରକେଟ୍‌ ହିନ୍ଦ ମହାସାଗରରେ ଖସିଛି। ଚୀନ ଛାଡ଼ିଥିବା ରକେଟ୍‌କୁ ନେଇ ଏହି ବିପଦ ସୃଷ୍ଟି ହୋଇଥିଲା। ଏହି ରକେଟ୍‌ କଣ୍ଟ୍ରୋଲ ବାହାରେ ଥିଲା। କୁହାଯାଉଥିଲା ଯେ, ଚୀନର ଏହି ରକେଟ୍‌ ପୃଥିବୀ ପୃଷ୍ଠରେ କେଉଁଠିବି କ୍ରାଶ୍‌ ହୋଇପାରେ। ‌ହେଲେ ଏହି ବିପଦ ଏବେ ଟଳି ଯାଇଛି। ରକେଟ୍‌ ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ତାହାର ଏକ ବଡ଼ ଅଂଶକୁ ନଷ୍ଟ କରିଦିଆଯାଇଥିଲା ଏବଂ ତାହାର ଅବଶେଷ ହିନ୍ଦ୍‌ ମହାସାଗରରେ ଖସିଥିଲା। ପୂର୍ବରୁ ଚୀନ ବିଦେଶ ମନ୍ତ୍ରଣାଳୟ କହିଥିଲା ଯେ ରକେଟର ଅବଶେଷକୁ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା କ୍ଷଣି ନଷ୍ଟ କରିଦିଆଯିବ, ଯାହାଫଳରେ କ୍ଷୟକ୍ଷତି ହେବାର ଆଶଙ୍କା କମିଯିବ । ଗତ ଶୁକ୍ରବାର ସନ୍ଧ୍ୟାରେ ଆମେରିକାରେ କରାଯାଇଥିବା ଏକ ଟ୍ବିଟ୍‌ ମାଧ୍ୟମରେ ଏରୋସ୍ପେଶ୍‌ କର୍ପୋରେଶନ ସୂଚନା ଦେଇ କହିଥିଲା ଯେ, ସେଣ୍ଟର ଫର ଅର୍ବିଟାଲ ରିଏଣ୍ଟ୍ରି ଆଣ୍ଡ ଡେବ୍ରିଜ ଷ୍ଟଡିଜ ଦ୍ବାରା ଲଙ୍ଗ ମାର୍ଚ୍ଚ ୫ବି ରକେଟର ପୁନଃପ୍ରବେଶ ପାଇଁ କରାଯାଇଥିବା ଭବିଷ୍ୟବାଣୀ ଅନୁସାରେ, ଏହାର ଅବଶେଷ ରବିବାର ଅପରାହ୍ନରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ। କିନ୍ତୁ ଏହା ପୂର୍ବରୁ ରକେଟ୍‌ ବାୟୁମଣ୍ଡଳରେ ପ୍ରବେଶ କରିଥିଲା।

Breaking News