ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚିତ୍ତରଞ୍ଜନ ତ୍ରିପାଠୀ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉଭୟ ବଲିଉଡ୍ ଓ ଓଲିଉଡରେ କାମ କରୁଛନ୍ତି ଶ୍ରୀ ତ୍ରିପାଠୀ । ଜଣେ ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ଭାବେ ଢେର କାମ କରିଛନ୍ତି । ଖବର ଅନୁଯାୟୀ, ୧୯୭୧ ମସିହାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜନ୍ମିତ ଶ୍ରୀ ତ୍ରିପାଠୀ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଓଲିଉଡ ଏବଂ ବଲିଉଡରେ କାମ କରୁଛନ୍ତି । ବଲିଉଡରେ ଅଭିନୟ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୫ରେ ପ୍ରଥମ ଥର ପାଇଁ ଫିଲ୍ମ ‘ତେରା ମେରା ତେଢ଼ା ମେଢ଼ା’ ମାଧ୍ୟମରେ ବଲିଉଡରେ ନିର୍ଦ୍ଦେଶନା ଦେଇଥିଲେ । ନାଟକ ତଥା ମଞ୍ଚକଳାର ଉନ୍ନତି ପାଇଁ ନୂଆଦିଲ୍ଲୀରେ ‘ସୂତ୍ରଧର’ ନାଟ୍ୟ ଦଳ ଗଢ଼ି ଦୀର୍ଘ ୨୬ ବର୍ଷରୁ ଅଧିକ ସମୟ ହେବ ସାଧନାକୁ ଜାରି ରଖିଛନ୍ତି । ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସର ‘ସାକ୍ରେଡ୍ ଗେମ୍ସ’ ସିରିଜ୍ରେ ତ୍ରିବେଦୀ ଭୂମିକା ପାଇଁ ସେ ବେଶ୍ ପରିଚିତ । ୨୦୦୭ରେ ଶ୍ରୀ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପାଦ ରଖିଲେ । ଏହାସହ ୫୦ରୁ ଅଧିକ ମଞ୍ଚ ନାଟକ କରିଛନ୍ତି । ବିଭିନ୍ନ ନାଟକରେ ୫୦୦ ସଙ୍ଗୀତର ସଂଯୋଜନା କରିଛନ୍ତି ।






More Stories
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
ଏପ୍ରିଲ ୨୨ରେ କେଦାରନାଥ…..
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..