ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପି ଜାତୀୟ ଉପସଭାପତି ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଧରାପଡ଼ିଛି। ଦିଲ୍ଲୀ ପୋଲିସର ଅଭିଯୁକ୍ତକୁ ବାଙ୍ଗାଲୁରୁରୁ ଧରିଥିବା ଜଣାପଡ଼ିଛି। ଉପସଭାପତି ଶ୍ରୀ ପଣ୍ଡାଙ୍କୁ ଅଭିଯୁକ୍ତ ଜଣଙ୍କ ଫୋନରେ ହତ୍ୟା କରିବା ପାଇଁ ଧମକ ଦେଇଥିଲା। ଏନେଇ ବିଜେପି ଉପସଭାପତି ଶ୍ରୀ ପଣ୍ଡାଙ୍କ କାର୍ଯ୍ୟାଳୟର ପକ୍ଷରୁ ଏତଲା ଦିଆଯାଇଥିଲା। ଦିଲ୍ଲୀ ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତର ଫୋନ୍କୁ ଟ୍ରାକ୍ କରିଥିଲା। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍ ବାଙ୍ଗାଲୁରୁ ଯାଇ ଅଭିଯୁକ୍ତକୁ ଦିଲ୍ଲୀ ଆଣି ଜେରା କରୁଥିବା ଜଣାପଡିଛି |






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..