ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ପ୍ରମୁଖ ୩ ଅର୍ଦ୍ଧସୈନିକ ବଳକୁ ନୂଆ ନିର୍ଦ୍ଦେଶକ ମିଳିଛନ୍ତି। ଯାହାକି ଭାରତ ଇତିହାସରେ ପ୍ରଥମ ଥର CISF ର ମୁଖିଆ ଜଣେ ମହିଳା ହୋଇଛନ୍ତି।ବରିଷ୍ଠ ଆଇପିଏସ୍ ଅଫିସର ନୀନା ସିଂଙ୍କୁ ଏହି ପଦରେ ମିଳିଛି ନିଯୁକ୍ତି। ଏହାବାଦ କେନ୍ଦ୍ର ପକ୍ଷରୁ ଅନୀଶ ଦୟାଲ ସିଂଙ୍କୁ CRPF ମୁଖ୍ୟ ଓ ରାହୁଲ ରସଗୋତ୍ରାଙ୍କୁ ITBP ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି | ISF ୧୯୬୯ ମସିହାରେ ଗଠିତ ହୋଇଥିବା ବେଳେ ସେବେଠୁ ଏହାର ମୁଖିଆ ପୁରୁଷ ହିଁ ରହି ଆସୁଥିଲେ। କିନ୍ତୁ ନୀନା ସିଂ ପରମ୍ପରାକୁ ଭାଙ୍ଗି ବଦଳେଇ ଦେଇଛନ୍ତି । ପ୍ରାୟ ୧.୬୩ ଲକ୍ଷ ଯବାନଙ୍କୁ ନେଇ ଗଠିତ CISF କମାଣ ଏବେ ଜଣେ ମହିଳାଙ୍କ ହାତରେ ରହିବ । ନୀନା ଏବେ CISFର ଅତିରିକ୍ତ ମହାନିର୍ଦ୍ଦେଶକ ପଦରେ ଅଭିଷିକ୍ତ ଅଛନ୍ତି। ସମଗ୍ର ଦେଶରେ ଥିବା ଏୟାରପୋର୍ଟ, ଦିଲ୍ଲୀ ମେଟ୍ରୋ, ଗୁରୁତ୍ୱପୂର୍ଣ୍ଣ ସରକାରୀ ଭବନ ଓ ରଣନୀତି ପ୍ରତିଷ୍ଠାନର ସୁରକ୍ଷା ଦାୟିତ୍ୱ CISF ଉପରେ ନ୍ୟସ୍ତ ଅଛି।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..