ରିପୋର୍ଟ କାର୍ଡ / ବାଲେଶ୍ବର
ବାଲେଶ୍ବରରେ ଗଡିବ ସିଟି ବସ୍। ବହୁ ଦାବି ଓ ଆନ୍ଦୋଳନ ପରେ ଶେଷରେ ଏହାକୁ ଚଲାଇବା ନେଇ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି। ଏନେଇ ବାଲେଶ୍ବର-ଭଦ୍ରକ ଅର୍ବାନ୍ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ପକ୍ଷରୁ ଟେଣ୍ଡର ଡକାଯାଇଛି। ହେଲେ ଯାହା ଜଣାପଡ଼ିଛି,ବାଲେଶ୍ବର ସହର ଭିତରେ ଏହି ବସ୍ ଗଡ଼ିବ ନାହିଁ। ବାଲେଶ୍ବର-ଭଦ୍ରକ ଜିଲ୍ଲାର ପ୍ରମୁଖ ଅଞ୍ଚଳକୁ ଗଡ଼ିବ ବୋଲି ନିଷ୍ପତ୍ତି ହୋଇଛି। ୧୦ଟି ବସ୍ରୁ ଦୁଇଟି ବସ୍କୁ ଫକୀରମୋହନ ବିଶ୍ବବିଦ୍ୟାଳୟକୁ ପ୍ରଦାନ କରାଯିବ ଏବଂ ୬ଟି ବସ୍କୁ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଚଲାଯିବ। ଗୋଟିଏ ବସ୍କୁ ମରାମତି କରିବା ପାଇଁ ସାଢ଼େ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ଜଣାଯାଇଛି।ଆସନ୍ତା ୧୦ ତାରିଖରେ ବୈଠକ ଡକାଯାଇ ଏ ବିଷୟରେ ସବିଶେଷ ଆଲୋଚନା କରାଯିବ। ସରକାରୀ ମୂଲ୍ୟ ଅନୁସାରେ ବସ୍ ଭଡ଼ା ନିଆଯିବ କି ଏହା ଘରୋଇ ସଂସ୍ଥା ଉପରେ ନିର୍ଭର କରିବ ତାହା ଆଲୋଚନା ହେବା ପରେ ଜଣାପଡ଼ିବ। ଆଗାମୀ ଦିନରେ ବାଲେଶ୍ବର ସହରରେ ମଧ୍ୟ ନୂଆ ବସ୍ ଚଲାଯିବା ନେଇ ଯୋଜନା ରହିଛି।
More Stories
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..