Report Card Odisha

| Daily Odia News

ଓଡ଼ିଆ ଭାଷାରେ ହେବ ଓଏସଏସସି ନିଯୁକ୍ତି ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ସମସ୍ତ ଛାତ୍ରଛାତ୍ରୀ ଓଏସଏସସି ପରୀକ୍ଷା ଓଡ଼ିଆ ଭାଷାରେ ଦେଇପାରିବେ | ପୂର୍ବରୁ ଓଡ଼ିଶା କର୍ମଚାରୀ ମନୋନୟନ ଆୟୋଗ ନିଯୁକ୍ତି ପରୀକ୍ଷା ଇଂରାଜୀ ଭାଷାରେ ହେଉଥିଲା । ମାତ୍ର ଏବେ ଏହି ପରୀକ୍ଷା ଓଡ଼ିଆ ଭାଷାରେ ହେବ । ପ୍ରାର୍ଥୀମାନେ ଚାହିଁଲେ ଚଳିତ ବର୍ଷଠାରୁ ଓଡ଼ିଆ ଭାଷାରେ ଓଏସଏସସି ପରୀକ୍ଷା ଦେଇ ପାରିବେ । ନିଯୁକ୍ତି ବିଜ୍ଞାପନ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଆସିବ ବୋଲି ଓଏସଏସସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଓଏସଏସସି ରାଜ୍ୟର କେବଳ ୫/୬ଟି ଜିଲ୍ଲାରେ କରାଯାଉଥିଲା । ମାତ୍ର ଗତବର୍ଷ ଅଗଷ୍ଟ ପରଠାରୁ ତାହା ପ୍ରତ୍ୟେକ ଜିଲ୍ଲାରେ ଆୟୋଜନ କରାଯାଉଛି । ପୂର୍ବରୁ କେବଳ ଇଂରାଜୀରେ ବିଜ୍ଞାପନ ପ୍ରକାଶ ପାଉଥିବା ବେଳେ ଏବେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରକାଶ ପାଉଛି । ପ୍ରାର୍ଥୀମାନେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାକୁ ପରୀକ୍ଷାରେ ବିକଳ୍ପ ଭାବେ ବାଛି ପାରୁଛନ୍ତି । ତେବେ ଓଏସଏସସି ନିଷ୍ପତ୍ତି ମୁତାବକ, ଚଳିତ ବର୍ଷ ଜାନୁଆରୀ ମାସଠାରୁ ପ୍ରାର୍ଥୀମାନେ ଯେଉଁ ପରୀକ୍ଷା ଦେବେ ସେଥିରେ ନିଜ ଇଚ୍ଛା ମୁତାବକ, ଓଡ଼ିଆ କିମ୍ବା ଇଂରାଜୀ ଭାଷାକୁ ବିକଳ୍ପ ଭାବେ ବାଛି ପାରିବେ । ଅଗଷ୍ଟ ପରର ସମସ୍ତ ପରୀକ୍ଷାରେ ପ୍ରାର୍ଥୀଙ୍କର ନମ୍ବରକୁ ତାଙ୍କ ବ୍ୟକ୍ତିଗତ ଅନଲାଇନ ଆକାଉଣ୍ଟରେ ପଠାଇବା ପାଇଁ ନିଷ୍ପତ୍ତି ହୋଇଛି । ତେବେ ଚଳିତ ବର୍ଷ ସମସ୍ତ କମ୍ପ୍ୟୁଟର ଆଧାରିତ ମୁଖ୍ୟ ପରୀକ୍ଷା କେନ୍ଦ୍ରରେ ଜାମର ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

Breaking News