ରିପୋର୍ଟ କାର୍ଡ / ଭୁବନେଶ୍ୱର
ଫେବୃଆରୀ ୧୫ରୁ ଆରମ୍ଭ ହେବ ସିବିଏସ୍ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା। ମଙ୍ଗଳବାର ସିବିଏସ୍ଇ ପକ୍ଷରୁ ପରୀକ୍ଷା ସୂଚୀ ଜାରି କରାଯାଇଛି। ଦୁଇ ଶ୍ରେଣୀର ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ। ପ୍ରଥମ ଦିନ ପରୀକ୍ଷା ଦୁଇଟି ସେସନ୍ସରେ ଅନୁଷ୍ଠିତ ହେବ। ପ୍ରଥମ ପରୀକ୍ଷା ୧୦.୩୦ରୁ ୧୨.୩୦ ଓ ଦ୍ୱିତୀୟ ସେସନ୍ସ ୧୦.୩୦ରୁ ୧.୩୦ ଯାଏ ଚାଲିବ।ପରୀକ୍ଷା ନିୟନ୍ତ୍ରକ ସନୟାମ ଭରଦ୍ୱାଜ କହିଛନ୍ତି, “ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ। କିନ୍ତୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରେ ଆରମ୍ଭ ହେବ ଓ ମାର୍ଚ୍ଚ ୧୩ରେ ଶେଷ ହେବ। ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫, ୧୬, ୧୭, ୧୯, ୨୦, ୨୧, ୨୨, ୨୩, ୨୪, ୨୮, ୨୯, ମାର୍ଚ୍ଚ ୧, ୪, ୫,୬ ,୭, ୯, ୧୧, ୧୨, ୧୩, ୧୪, ୧୫, ୧୬, ୧୮, ୧୯, ୨୦, ୨୨, ୨୩, ୨୬, ୨୭, ୨୮,୩୦, ଏପ୍ରିଲ ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ। ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫,୧୬,୧୭,୧୯,୨୦,୨୧,୨୩,୨୪,୨୬,୨୮, ମାର୍ଚ୍ଚ ୨,୪,୫,୭,୧୧ ଓ ୧୩ରେ ଅନୁଷ୍ଠିତ ହେବ।






More Stories
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..
ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ……
ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍ ସଂଘ……