ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ୪ ଟି ବିମାନବନ୍ଦରରେ ନିୟୋଜିତ ହେବେ ୫୦ ଅଗ୍ନିଶମ କର୍ମଚାରୀ | ଉଡ଼ାନ୍ ଯୋଜନା ଅଧୀନରେ ରାଜ୍ୟର ୪ଟି ବିମାନବନ୍ଦର ପାଇଁ ୫୦ ଅଗ୍ନିଶମ ସେବା କର୍ମଚାରୀ ପଦବୀ ସୃଷ୍ଟି ପ୍ରସ୍ତାବ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି | ଝାରସୁଗୁଡ଼ା, ଉତକେଲା, ରାଉରକେଲା ଏବଂ ଜୟପୁର ବିମାନବନ୍ଦରରେ ଏମାନେ ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଇବେ। ଏହି ୫୦ କର୍ମଚାରୀଙ୍କ ମଧ୍ୟରୁ ୯ ଜଣ ଲେଖାଏଁ ଉତକେଲା ଏବଂ ଜୟପୁରରେ ନିୟୋଜିତ ହେବେ। ସେହିପରି ୧୬ ଜଣ ଲେଖାଏଁ ଝାରସୁଗୁଡ଼ା ଏବଂ ରାଉରକେଲାରେ ନିୟୋଜିତ ହେବେ ବୋଲି ସୂଚନା ମିଳିଛି |






More Stories
୧୦ରେ ରାଜ୍ୟ କ୍ୟାବିନେଟ୍…..
ସସ୍ମିତଙ୍କ ଇସ୍ତଫା ଗୃହୀତ…..
କୁଆପଥର ବର୍ଷା ସହ ଝଡ଼ପବନ…..