ରିପୋର୍ଟ କାର୍ଡ / ରାୟପୁର
ଜି-୨୦ର ଅଧ୍ୟକ୍ଷ ଭାରତ ନୂଆଦିଲ୍ଲୀରେ ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ହୋଇଛି। ବିଦେଶରୁ ଆସୁଥିବା ସବୁ ଅତିଥିଙ୍କ ପାଇଁ ଶନିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାତ୍ରିଭୋଜନର ଆୟୋଜନ କରିଛନ୍ତି। ଏଥିପାଇଁ ଦେଶର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇଛି | ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେ ରାତ୍ରିଭୋଜନରେ ସାମିଲ ହେବେନି ବୋଲି କହିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଦିଲ୍ଲୀକୁ ଏବେ ନୋ-ଫ୍ଲାଇଙ୍ଗ୍ ଜୋନ୍ କରାଯାଇଛି, କେମିତି ଯିବି | ଏହାପୂର୍ବରୁ ଦିଲ୍ଲୀ ବିମାନବନ୍ଦର ଏକ ବିଜ୍ଞପ୍ତି ଜାରି କରି କହିଥିଲା ଯେ, ଦିଲ୍ଲୀ ବିମାନବନ୍ଦରରେ ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ ପାଇଁ କେବଳ ପୂର୍ବ ନିର୍ଦ୍ଧାରିତ ବିମାନ ଉଡ଼ାଣ-ଅବତରଣ ଏବଂ ଜି-୨୦ ପାଇଁ ଆସୁଥିବା ସ୍ୱତନ୍ତ୍ର ବିମାନ ଉଡ଼ାଣ ଓ ଅବତରଣ ପାଇଁ ଅନୁମତି ଦିଆଯିବ। ଶିଖର ସମ୍ମିଳନୀ ଚାଲିଥିବା ବେଳେ ସାଧାରଣ ବିମାନ ଚଳାଚଳ ଏବଂ ପୂର୍ବରୁ ନିର୍ଦ୍ଧାରିତ ହୋଇନଥିବା ଚାର୍ଟର ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିପାରିବେ ନାହିଁ।






More Stories
ବୋମା ବିସ୍ଫୋରଣରେ ରୁଷ୍ ଜେନେରାଲ ମୃତ……
ବାଂଲାଦେଶରେ ଥମୁନି ହିଂସା,ଆଉ ଜଣେ ନେତାଙ୍କୁ ଗୁଳି…..
ନିଜକୁ ଗୁଳି କଲେ ପୂର୍ବତନ ଆଇଜି…..