ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ଲୋକସେବା ଆୟୋଗ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଏଏସ୍, ଓଏଫଏସ, ଓଟାସ, ଓପିଏସ୍ ବର୍ଗର ପ୍ରାୟ ୩୮୦ ଜଣଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନିଯୁକ୍ତିପତ୍ର ପ୍ରଦାନକରିବେ । ଆଜି ଲୋକସେବା ଭବନର ସମ୍ମେଳନ କକ୍ଷରେ ସନ୍ଧ୍ୟା ସାଢ଼େ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେଇ ନିଯୁକ୍ତିପତ୍ର ବାଣ୍ଟିବା ସହିତ ନୂତନ ପ୍ରଶାସନିକ ଅଧିକାରୀଙ୍କୁ ଓଡ଼ିଶା ନିର୍ମାଣରେ ସାମିଲ ହେବାକୁ ବାର୍ତ୍ତା ଦେବେ। ନୂତନ ନିଯୁକ୍ତି ପାଇବାକୁ ଥିବା ଯୋଗ୍ୟ ବର୍ଗଙ୍କ ମଧ୍ୟରେ ୧୭୦ ଓଏଏସ୍ ଏବଂ ୧୦୧ ଓଏଫଏସ ରହିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୨ରେ ବିଭିନ୍ନ ବର୍ଗର ୯୨୯ ଡାକ୍ତରଙ୍କ ସହିତ ସାଢ଼େ ୭ ହଜାର ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା । ଏହାସହିତ ସମବାୟ ବିଭାଗ, ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ଭଳି ବିଭିନ୍ନ ବିଭାଗରେ ଶତାଧିକ ନିଯୁକ୍ତି ଦିଆଯାଇଛି । ଆଗାମୀ ଦିନରେ ବିଭିନ୍ନ ବିଭାଗରେ ଖାଲିଥିବା ପଦକୁ ତ୍ବରିତ ଭିତ୍ତିରେ ପୂରଣ କରାଯିବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..