Report Card Odisha

| Daily Odia News

ଆଜି କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ଧାରଣା କରିବାକୁ ଯାଉଛି। ଯଦି ଦେଖିବା ପୂର୍ବ ଅପେକ୍ଷା ସଂକ୍ରମଣ ଦ୍ରୁତଗତିରେ ମାଢ଼ିଚାଲିଛି | ଏହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ସହ ସଟଡାଉନ୍ ଲାଗୁ କରିଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଆଉ କଣ କରିହେବ ସେନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ସମୀକ୍ଷା କରିବେ । ରାଜ୍ୟର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଆଜି ଅପରାହ୍ଣରେ ଏହି ବୈଠକ ବସିବ । ବିଶେଷକରି ଛତିଶଗଡ଼ ସୀମାନ୍ତ ଜିଲ୍ଲାଗୁଡ଼ିକ ସହ ସୁନ୍ଦରଗଡ଼ ଓ ଖୋର୍ଦ୍ଧାରେ ବଢ଼ୁଥିବା ସଂକ୍ରମଣ, ଏବେର ସ୍ଥିତି ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ବିସ୍ତୃତ ଆଲୋଚନା କରିବେ ବୋଲି କୁହାଯାଉଛି । ବଢ଼ୁଥିବା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେବ । ଅନ୍ୟପଟେ ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ବି ସଂକ୍ରମଣ ହେଉଥିବାରୁ ମାସ୍କ ସହ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ପ୍ରତିଦିନ ସୋସିଆଲ୍ ମିଡିଆରେ ମାସ୍କ ପିନ୍ଧିବା ଲାଗି ଲୋକମାନଙ୍କୁ ଅପିଲ୍ କରୁଛନ୍ତି । ସଚେତନତା ଲାଗି ଭିନ୍ନ ଭିନ୍ନ ଫଟୋ ମଧ୍ୟ ସେୟାର୍ କରୁଛନ୍ତି ।

Breaking News