ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ଭାଇରସ କାରଣରୁ ଏବେ ସିଆଇଏସସିଆଇ ବୋର୍ଡ ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯଇଛି । ପ୍ରଥମେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ପରୀକ୍ଷାକୁ ଅପସନାଲ୍ ଭାବେ ରଖାଯାଇଥିଲା । ଯେଉଁ ଛାତ୍ରମାନେ ପରୀକ୍ଷାରେ ଉପସ୍ଥିତ ରହିବାକୁ ଚାହୁଁ ନାହାଁନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ମୂଲ୍ୟାୟନ ନୀତି ଆପଣାଇବା ପାଇଁ ବୋର୍ଡ କହିଥିଲା । ଏହାସହ ଯେଉଁମାନେ ପରୀକ୍ଷା ଦେବାକୁ ଚାହୁଁଛନ୍ତି ସେମାନେ ଦ୍ୱାଦଶ ଛାତ୍ରଙ୍କ ସହ ପରୀକ୍ଷାରେ ସାମିଲ ହୋଇପାରିବେ ବୋଲି ପ୍ରକାଶ ପାଇଥିଲା । ପୂର୍ବରୁ ବୋର୍ଡ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ କରାଯିବା ନେଇ ଘୋଷଣା କରାଯାଇଛି । ବୋର୍ଡ ତରଫରୁ କୁହାଯାଇଥିଲା ଯେ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରେ ଅଫଲାଇନରେ ଆୟୋଜିତ କରାଯିବ । ଏଥିପାଇଁ ଜୁନରେ ତାରିଖ ଘୋଷଣା କରାଯିବ । ସିଆଇଏସସିଇ ପକ୍ଷରୁ ଦଶମ ବୋର୍ଡ ପରୀକ୍ଷା ମେ ୪ରେ ଆରମ୍ଭ ହୋଇଥାନ୍ତା । ପରୀକ୍ଷାର ଜୁନ ୭ରେ ଶେଷ ହୋଇଥାନ୍ତା । ସେହିପରି ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଏପ୍ରିଲ ୮ରୁ ଜୁନ ୧୮ ଯାଏଁ ଚାଲିଥାନ୍ତା । କିନ୍ତୁ ଏବେ ବୋର୍ଡ ଦଶମ ପରୀକ୍ଷାକୁ ବାତିଲ କରିବା ସହ ଦ୍ୱାଦଶ ବୋର୍ଡ ପରୀକ୍ଷା ବାବଦରେ ତାରିଖ ଜୁନ ମାସରେ ପ୍ରକାଶ ପାଇବ ବୋଲି କହିଛି । ସୂଚନାଯୋଗ୍ୟ, ସିଆଇଏସସିଇ ଦୁଇଟି ବୋର୍ଡର ସମାହାରରେ ତିଆରି ହୋଇଛି । ଏହାର ଦଶମ ପରୀକ୍ଷା ଆଇସିଏସଇ ବୋର୍ଡ ଓ ଦ୍ୱାଦଶ ପରୀକ୍ଷା ଆଇଏସସି ବୋର୍ଡ ଅନ୍ତର୍ଗତ ଅଟେ ।
More Stories
ଆପ୍ ‘ଅପରେସନ୍ ଲୋଟସ୍’ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ…..
ସୋନୁ ସୁଦ୍ଙ୍କ ନାଁରେ ଗିରଫ ପରଓ୍ବାନା ଜାରି…..
ପୁଣି ପ୍ରୟାଗରାଜ ମହାକୁମ୍ଭରେ ଅଗ୍ନିକାଣ୍ଡ…..