Report Card Odisha

| Daily Odia News

ଖୋଲା ବଜାରରେ ଟିକା ଉପଲବ୍ଧ ନେଇ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଖୋଲା ବଜାରରେ ଟିକା ଉପଲବ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖି ଏଭଳି ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ୪ଟି ପ୍ରମୁଖ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ସରକାରୀ ଚେନ୍ ବ୍ୟତୀତ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ । ଏହାଦ୍ୱାରା ଯେଉଁମାନେ ସକ୍ଷମ ସେମାନେ ବଜାରରୁ ଟିକା କିଣିପାରିବେ । ଫଳରେ ଆର୍ଥିକ ଅନଗ୍ରସର ଶ୍ରେଣୀଙ୍କୁ ଟିକାକରଣ ଉପରେ ଫୋକସ କରାଯାଇପାରିବ । ଏହାସହ ଟିକା ଯୋଗାଣ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶରେ ବିଶ୍ୱସ୍ତରୀୟ ଅନୁମତି ପ୍ରାପ୍ତ କରୋନା ଟିକା ମିଳୁ ବୋଲି କହିଛନ୍ତି । ସର୍ବାଧିକ ସଂକ୍ରମିତ ସହରଗୁଡିକୁ ପ୍ରାଧାନ୍ୟ ଦିଆଯାଉ । ରାଜ୍ୟଗୁଡ଼ିକୁ ଠିକ ସମୟରେ ଯଥେଷ୍ଟ ଟିକା ଯୋଗାଇ ଦିଆଯାଉ । ଏହାସହ ମେଟ୍ରୋ ସିଟିଗୁଡ଼ିକରେ ବଟସ ସୀମା କୋହଳ କରାଯାଉ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Breaking News