Report Card Odisha

| Daily Odia News

କୁମ୍ଭ ମେଳାକୁ ନେଇ ନୀରବତା ଭାଙ୍ଗିଲେ ପ୍ରଧାନମନ୍ତ୍ରୀ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରାଖଣ୍ଡର ହରିଦ୍ୱାରରେ ଚାଲିଥିବା କୁମ୍ଭମେଳା ବଢ଼ାଇଦେଇଛି କରୋନା ଚିନ୍ତା | କୁମ୍ଭମେଳାରେ ଶତାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ କରୋନା ସଂକ୍ରମିତ ହୋଇଥିବା ଖବର ପରେ ପ୍ରଶାସନର ମୁଣ୍ଡ ବିନ୍ଧ କାରଣ ପାଲଟିଛି । କେତେକ ଆଖଡ଼ା କୁମ୍ଭରୁ ଫେରି ଯାଇଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତାବ୍ୟକ୍ତ କରିବା ସହ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର ପୂଜ୍ୟ ସ୍ୱାମୀ ଅବଧେସାନନ୍ଦ ଗିରିଙ୍କ ସହ ଫୋନରେ କଥା ହୋଇଛନ୍ତି । ସମସ୍ତ ସନ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପ୍ରଶାସନକୁ ସହଯୋଗ କରୁଥିବାରୁ ଧନ୍ୟବାଦ ଦେଇଛନ୍ତି । କୁମ୍ଭ ମେଳାକୁ ସମାପ୍ତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଆଚାର୍ଯ୍ୟ ମହାମଣ୍ଡଳେଶ୍ଵର ପୂଜ୍ୟ ସ୍ବାମୀ ଅବଧେଶାନନ୍ଦଙ୍କୁ  ଅନୁରୋଧ କରିଛନ୍ତି।  ଏଥିସହ ଏବେ ୨ଟି ଶାହି ସ୍ନାନ ସରି ଯାଇଥିବାରୁ କରୋନା ସଂକ୍ରମଣ ମାମଲାକୁ ଦେଖି କୁମ୍ଭସ୍ନାନକୁ ପ୍ରତୀକାତ୍ମକ ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହାଦ୍ୱାରା କରୋନା ବିରୋଧୀ ଲଢ଼େଇକୁ ଏକ ଶକ୍ତି ମିଳିବ ବୋଲି ଟ୍ୱିଟ୍ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟକୁ ନେଇ ମହାମଣ୍ଡଳେଶ୍ୱର ଅବଧେସାନନ୍ଦ ଗିରି ପ୍ରତିକ୍ରିୟାରେ କହିଛନ୍ତି- ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଆମେ ସମ୍ମାନ କରୁଛୁ । ନିଜର ଏବଂ ଅନ୍ୟମାନଙ୍କର ଜୀବନ ରକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ । ମୁଁ ଧର୍ମ ପରାଣୟ ଲୋକଙ୍କୁ ଅନୁରୋଧ କରୁଛି କରୋନା ସ୍ଥିତିକୁ ଦେଖି କୋଭିଡ୍ ନିୟମକୁ ମାନନ୍ତୁ ।

Breaking News