ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଥମଥର ବିଧାନସଭା ନିର୍ବାଚନ ଲଢି ବଡ଼ ବିଜୟ ହାସଲ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱଙ୍କଠାରୁ ୬୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଶାଳ ବିଜୟ ହାସଲ କରିଛନ୍ତି। ଗୋରଖପୁର ସଦର ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ଯୋଗୀ ଆଦିତ୍ୟନାଥ ପୂର୍ବରୁ ୫ଥର (୧୯୯୮,୧୯୯୯,୨୦୦୪,୨୦୦୯ ଏବଂ ୨୦୧୪) ଲୋକସଭାକୁ ନିର୍ବାଚିତ ହୋଇଥିଲେ । ନିର୍ବାଚନୀ ପରିଣାମରେ ଗୋରଖପୁର ସଦର ଆସନରେ ୬୭,୧୭୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୧,୧୧,୧୬୪ ଖଣ୍ଡ ଭୋଟ ମିଳିଛି । ସମାଜବାଦୀ ପ୍ରାର୍ଥୀ ଶୁଭୱଟି ଉପେନ୍ଦ୍ର ଦତ୍ତ ଶୁକ୍ଲାଙ୍କୁ ୪୩,୯୯୧ଖଣ୍ଡ ମିଳିଛି। ସେହିପରି ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କୁ କେବଳ ୫,୮୮୮ ଖଣ୍ଡ ଭୋଟ ମିଳିଛି।






More Stories
ଦିଲ୍ଲୀ ବୋମା ବିସ୍ଫୋରଣ: ରହିଛି ଓଡିଶା ଲିଙ୍କ୍!….
ଚୀନକୁ ଆମେରିକାର ଖୋଲା ଚେତାବନୀ…..
ସରକାରଙ୍କ ବଡ଼ ଘୋଷଣା:ତେଲ-ଗ୍ୟାସ ସପ୍ଲାଏରେ…..