Report Card Odisha

| Daily Odia News

ବିବାହ ଉତ୍ସବରେ ୧୦୦ଙ୍କୁ ଅନୁମତି, ସିଏମ୍ସି ଜାରିକଲା କଟକଣା…..

ରିପୋର୍ଟ କାର୍ଡ / କଟକ

ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ କେଉଁ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଛି ତ କେଉଁ ଅଞ୍ଚଳକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗାଇଡଲାଇନ ଗତକାଲି ଜାରି କରାଯାଇଥିବାବେଳେ ଆଜି କଟକ ମହାନଗର ନିଗମ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ନୂଆ ଗାଇଡଲାଇନ ଅନୁଯାୟୀ, ବିବାହ ଓ ଶୁଦ୍ଧି କାଯର୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ। ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣ ଉପସ୍ଥିତ ରହିପାରିବେ। ୧୦୦ରୁ ଅଧିକ ଲୋକ ଉପସ୍ଥିତି ପାଇଁ ସିଏମ୍ସି ଅନୁମତି ମିଳିବ ନାହିଁ। ଶୁଦ୍ଧି କାର୍ଯ୍ୟ ଲାଗି କେବଳ ୫୦ ଜଣଙ୍କୁ ମିଳିବ ଅନୁମତି। ସେହିପରି ସମ୍ମିଳନୀ ଓ ସମାବେଶ ଉପରେ କଟକଣା ଲଗାଯାଇଛି । କୌଣସି ଅନୁଷ୍ଠାନର ସୁବର୍ଣ୍ଣ, ରୌପ୍ୟ ଓ ଶତବାର୍ଷିକୀ ପାଳନରେ ରୋକ୍ ଲଗାଯାଇଛି। କୌଣସି ସଂସ୍ଥା ଓ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ଉପରେ ମଧ୍ୟ ରୋକ୍ ଲଗାଯାଇଛି।ଆସନ୍ତା ୬ ତାରିଖରୁ ଲାଗୁ ହେବ ନୂଆ ମାର୍ଗଦର୍ଶିକା। ସୂଚନାଥାଉ କି, କୋଭିଡ୍ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ନୂଆ ଗାଇଡ୍ ଲାଇନ୍ ଜାରି କରି ବିଏମ୍ସି କଟକଣା ଲଗାଇଥିଲା। ବିବାହ ଉତ୍ସବରେ ୧୦୦ ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ଦିଆଯିବା ସହ ଶୁଦ୍ଧି କାର୍ଯ୍ୟ ଲାଗି ୫୦ ଜଣଙ୍କୁ ଅନୁମତି ମିଳିବ। ବିବାହ ଓ ଶୁଦ୍ଧି କାର୍ଯ୍ୟରେ କୋଭିଡ କଟକଣା କଡ଼ାକଡ଼ି ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ଏହାସହ ସମ୍ମିଳନୀ ଓ ସମାବେଶ ଉପରେ କଟକଣା ଲଗାଇଥିଲା ବିଏମ୍ସି । ନୂଆ ଗାଇଡଲାଇନ ଅନୁସାରେ, କୌଣସି ଅନୁଷ୍ଠାନର ସୁବର୍ଣ୍ଣ, ରୌପ୍ୟ ଓ ଶତବାର୍ଷିକୀ ପାଳନ ହୋଇପାରିବ ନାହିଁ ବୋଲି ଗାଇଡଲାଇନ ଜାରି କରିଥିଲା ।

Breaking News