Report Card Odisha

| Daily Odia News

୬ଦେଶରୁ ଭୁବନେଶ୍ୱର ଆସୁଥିଲା କୋକେନ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଭୁବନେଶ୍ୱରରୁ କୋକେନ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ କୁ ମିଳିଛି ବଡ଼ ତଥ୍ୟ | ୬ଟି ଦେଶରୁ ଭୁବନେଶ୍ୱର ଆସୁଥିଲା କୋକେନ୍ । ଚାଇନା, ଫ୍ରାନ୍ସ, ଆମେରିକା, ସ୍ୱିଜରଲ୍ୟାଣ୍ଡ, ଥାଇଲ୍ୟାଣ୍ଡ ଓ ସାଉଥ ଆଫ୍ରିକାରୁ ଆସୁଥିବା ସୂଚନା ମିଳିଛି । ଗିରଫ ୨ ଅଭିଯୁକ୍ତଙ୍କ ମୋବାଇଲରୁ ଏନେଇ ଗୁରୁତ୍ୱପୂର୍ଣ୍ଣ ସାମ୍ନାକୁ ଆସିଛି। ଏହା ସହ ଅନ୍ୟ ଦେଶର ଡ୍ରଗ୍ସ ପେଡଲରଙ୍କ ଯୋଗୁଁ ଯୋଗଯୋଗରେ ଥିଲେ ୨ ଅଭିଯୁକ୍ତ ଯଥା-ଶନି ଓ ରବି । ରିମାଣ୍ଡରେ ନେଇ ଏସବୁ ତଥ୍ୟ ଆଦାୟ କରିଛି ପୋଲିସ । ଏକ ବଡ଼ ନେଟୱାର୍କ ନିଶା କାରବାରରେ କାମ କରୁଥିବା ଏହି ତଥ୍ୟରୁ ଜଣାପଡିଛି । ଫରେନ୍‌ ପେଡଲରଙ୍କ ଜରିଆରେ ଯୋଗାଯୋଗରେ ରହି କୋକେନ୍‌ ସପ୍ଲାଏ ପାଇଁ ତିଆରି କରୁଥିଲେ ନେଟ୍‌ୱର୍କ। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ତେବେ ଗିରଫ ଦୁଇ ଅଭିଯୁକ୍ତ ସନ୍ନି କୁମାର ଓ ରବି ସିଂକୁ ଜେରା କରିଛି ଏନସିବି ଟିମ୍‌ । ତା ସହ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଦୁଇ ଜଣଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ତଥ୍ୟ ବାହାର କରୁଛି । ଦକ୍ଷିଣ ଆଫ୍ରିକା ଲିଙ୍କ ନେଇ ଖୋଳତାଡ଼ ଚାଲିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ନିକଟରୁ ଦକ୍ଷିଣ ଆଫ୍ରିକା କରେନ୍‌ସୀ ମିଳିଥିଲା। ଏହା ସହ ନିୟମିତ ଭାବେ ଯୋଗାଯୋଗରେ ରହି ଡ୍ରଗ୍‌ ନେଟୱର୍କ ବଢାଇବାକୁ ଧିରେ ଧିରେ ବିଭିନ୍ନ ଗ୍ରୁପ୍‌ ଜରିଆରେ ବଢାଇଥିଲେ ସପ୍ଲାଏ ଚେନ୍‌। ପୁରୀ ସହ ଲିଙ୍କ୍‌ ଥିଲା । ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ କୋକେନ୍‌ ବିକ୍ରି କରିଥିବା ସନ୍ଦେହ କରାଯାଉଛି ।

 

 

Breaking News