Report Card Odisha

| Daily Odia News

ଆଜିଠୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ହୁ ହୁ ହୋଇ ଢିଚାଲିଛି କରୋନା ସଂକ୍ରମଣ |ଏହାକୁ ଦୃଷ୍ଟିରେ ରଖି ଆଜିଠୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କ୍ଲାସ୍ ରେ ପାଠପଢା, ପରୀକ୍ଷା, ପ୍ରାକ୍ଟିକାଲ୍ ବାତିଲ କରାଯାଇଥିବା ବେଳେ ଆଜି ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ହଷ୍ଟେଲ ଛାଡି ଘରମୁହାଁ ହେଉଛନ୍ତି ଛାତ୍ରଛାତ୍ରୀ । କରୋନାର ଭୟବହତାକୁ ଦେଖି ବିଶ୍ବବିଦ୍ୟାଳୟ ଓ କଲେଜର ସମସ୍ତ କ୍ଲାସ ଓ ପରୀକ୍ଷା ବାତିଲ କରିଛି ଉଚ୍ଚଶିକ୍ଷା ବିଭାଗ । ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଠିକ୍ ସମୟରେ ସାରିବା ପାଇଁ ଅନଲାଇନ୍ ମୋଡରେ କ୍ଲାସ୍ କରାଯିବ। କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ମୋଟ କ୍ଷମତାର ସର୍ବନିମ୍ନ ୫୦ ପ୍ରତିଶତ ଅଧ୍ୟାପକ ଓ ଅଣଅଧ୍ୟାପକଙ୍କୁ ନେଇ ଆଜିଠୁ ପରିଚାଳିତ ହେବ । ବିଶ୍ୱବିଦ୍ୟାଳୟର କୁଳପତି ଓ କଲେଜ ପ୍ରିନ୍ସିପାଲମାନେ ଅଫିସ୍ କାର୍ଯ୍ୟ ଓ ଏକାଡେମିକ୍ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ କର୍ମଚାରୀମାନଙ୍କର ରୋଷ୍ଟର ଡ୍ୟୁଟି କରିବେ। ଅଧ୍ୟାପକମାନେ ନିଜର କଲେଜ ଅବା ବିଶ୍ୱବିଦ୍ୟାଳୟରୁ କିମ୍ବା ନିଜ ଘର ଅନଲାଇନରେ କ୍ଲାସ ନେଇପାରିବେ। ସେପଟେ କରୋନା ପାଇଁ ଆଜିଠାରୁ ରାଜ୍ୟରେ ବନ୍ଦ ରହିବ ସ୍ପୋର୍ଟ୍ସ ହଷ୍ଟେଲ୍ । କରୋନା ସ୍ଥିତି ନସୁଧୁରିବା ଯାଏଁ ସ୍ପୋର୍ଟସ ହଷ୍ଟେଲ ବନ୍ଦ ରହିବ ବୋଲି କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୂଆସାରେ- ଦଶମ, ଦ୍ୱାଦଶ ଶ୍ରେଣୀର ସମସ୍ତ କ୍ଲାସ୍‌ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ରାଜ୍ୟ ସହ ସହବନ୍ଧିତ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ସ୍କୁଲ୍‌ର କ୍ଲାସ୍‌ ବନ୍ଦ ରହିବା ସହ ରାଜ୍ୟର ସମସ୍ତ ଇଂରାଜୀ ମାଧ୍ୟମ ସ୍କୁଲ ଓ ହଷ୍ଟେଲ ମଧ୍ୟ ୧୯ରୁ ବନ୍ଦ ରହିବ।

Breaking News