ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ନେଇ ଜଣାପଡିଛି | ଫଳରେ ଅନ୍ୟ ରାଜ୍ୟକୁ ଯାଆସ କରୁଥିବା ସମସ୍ତ ବସ୍ ସେବା ବନ୍ଦ ରହିବ । ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍ ମୁତାବକ ଆନ୍ତଃରାଜ୍ୟ ବସ୍ ସେବାକୁ ବନ୍ଦ କରାଯାଇଛି । କିନ୍ତୁ ରାଜ୍ୟ ଭିତରେ ବସ୍ ସେବା ଚାଲୁ ରହିିବ । କରୋନା କଟକଣା କଡ଼ାକଡ଼ି ପାଳନ କରାଯିବା ସହ ଯାତ୍ରୀମାନେ କେବଳ ସିଟିଂରେ ହିଁ ଯାଇପାରିବେ । ଅଟୋ, ଟ୍ୟାକ୍ସିରେ କେବଳ ୨ ଜଣ ଯାତ୍ରୀ ଯିବାକୁ ଅନୁମତି ରହିଛି । ତେବେ ରାଜ୍ୟ ଭିତରେ ବା ବାହରୁ ପରିବହନ ଯାନ ଉପରେ କୌଣସି କଟକଣା ନାହିଁ।






More Stories
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କଲେ ଓଡ଼ିଶାର ସିଇଓ…..
କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା…..