ରିପୋର୍ଟ କାର୍ଡ / କଟକ
ଆଗକୁ ଆସୁଛି ରଙ୍ଗର ପର୍ବ ହୋଲି | କରୋନା ଚଳିତବର୍ଷ ଦୋଳ ଆଉ ହୋଲି ପର୍ବକୁ ଫିକା କରିପାରେ | ଦେଶ ଏବଂ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଏହାକୁ ଦୃଷ୍ଟିରେ ରଖି ଦୋଳ ମେଲଣ ଓ ହୋଲି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏସଓପି ଜାରି କରଯାଇଛି । କଟକରେ ଦୋଳ ମେଲଣ ପଡିଆରେ ୨ ଶହ ଲୋକଙ୍କୁ ଅନୁମତି ମିଳିଛି । ଦୋଳ ନିକଟରେ ୧୦ରୁ ଅଧିକ ଲୋକଙ୍କୁ ଅନୁମତି ମିଳିନାହିଁ । କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ମିଳିନାହଁ । କେବଳ ପରମ୍ପରା ଓ ବିଧି ମୁତାବକ କାର୍ଯ୍ୟକ୍ରମ ହେବ । ହୋଲିରେ ମଧ୍ୟ ରାଜରାସ୍ତାରେ ଏକାଠି ହେବାକୁ ବାରଣ କରାଯାଇଛି । ନିଜ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି । ଏସଆରସି ଜାରି କରିଥିବା ଗାଇଡ୍ ଲାଇନ୍ ଅନୁସାରେ ଦୋଳ ଯାତ୍ରା ଓ ହୋଲି ପାଳିବାକୁ ପରାମର୍ଶ ଦିଆଯାଇଛି । ନିୟମ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚାଇ ଦିଆଯାଇଛି ।
More Stories
ସ୍କୁଲ ଦୋଳିରୁ ପଡ଼ି ୪ର୍ଥ ଶ୍ରେଣୀ ଛାତ୍ର ମୃତ୍ୟୁ….
ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ଆବେଦନ…..
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା;ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ…..