ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା କାଲିଠାରୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେ ସଂଧ୍ୟା ୬ଟାରେ ରାଷ୍ଟ୍ରପତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେ ରାଜଭବନରେ ରାତ୍ରି ଯାପନ କରିବେ। ପରଦିନ ଅର୍ଥାତ ୨୧ ତାରିଖ ସକାଳେ ରାଜଭବନରୁ ଭୁବନେଶ୍ୱର ଏୟାରପୋର୍ଟରୁ ଝାରସୁଗୁଡ଼ା ଯିବେ। ଝାରସୁଗୁଡ଼ାରୁ ରାଷ୍ଟ୍ରପତି ରାଉରକେଲା ଗସ୍ତ କରିବେ। ସକାଳ ୧୧ଟାରେ ରାଉରକେଲା ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଅପରାହ୍ନ ୧୨ଟା ବେଳେ ରାଉରକେଲା ଏନ୍ଆଇଟି ଛାଡ଼ିବେ। ଅପରାହ୍ନରେ ରାଷ୍ଟ୍ରପତି ଆଇଜିଏଚର ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିଦିନ ସନ୍ଧ୍ୟା ୬.୧୦ରେ ଭୁବନେଶ୍ୱର ଆସି ରାଜଭବନରେ ରହିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।୨୨ ତାରିଖ ସକାଳ ୧୧ଟାରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବେ ଓ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ। ପରେ କୋଣାର୍କ ଯିବେ। ସେଠାରେ କିଛି ସମୟ ବିଶ୍ରାମ ନେଇ ଅପରାହ୍ନ ୪.୧୫ରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଦର୍ଶନ କରିବେ। ଅପରାହ୍ନ ୫ଟା ବେଳେ ରାଷ୍ଟ୍ରପତି କୋଣାର୍କରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିିବାର କାର୍ଯ୍ୟକ୍ରମ ରହିଛି।
More Stories
କନଷ୍ଟେବଲଙ୍କ ଉପରେ ମାଡ଼ିଗଲା ବସ୍….
ନୋବେଲ ଶାନ୍ତି ପୁରସ୍କାର ଘୋଷଣା…..
୧୫ରେ ଶପଥ ନେବେ ନାୟବ ସିଂହ ସୈନି!….