ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ଆଉ ଜାଲ୍ ଠିକଣା ଦେଇ କଂପାନି ଖୋଲି ପାରିବେ ନାହିଁ | ଜାଲ ଠିକଣାରେ ସଂସ୍ଥା ଗଠନ କରିବା ଓ ଲୋକମାନଙ୍କୁ ଠକି ଉଭାନ ହୋଇଯିବା, ଗୋଟିଏ ଠିକଣାକୁ ବ୍ୟବହାର କରି ଏକାଧିକ କଂପାନି ଖୋଲିବା ଆଉ ସହଜ ହେବନି । ଆବେଦନ ବେଳେ ଯେଉଁ ଠିକଣା ଦିଆଯାଇଥିବ ସେଠାକୁ ରେଜିଷ୍ଟ୍ରାର ପ୍ରତ୍ୟକ୍ଷ ଯାଞ୍ଚ ପାଇଁ ଯିବେ। କଂପାନି ତୃତୀୟ ସଂଶୋଧନ ନିୟମ ୨୦୨୨ରେ ଥିବା ବ୍ୟବସ୍ଥା ଅନୁସାରେ କୌଣସି ନୂତନ କଂପାନି ଗଠନ ଲାଗି ଆସିଥିବା ଆବେଦନରେ ଦିଆଯାଇଥିବା ଠିକଣାକୁ ଯାଞ୍ଚ କରିବା ଲାଗି ରେଜିଷ୍ଟ୍ରାର ପ୍ରତ୍ୟକ୍ଷ ଭାବେ ସେହି ସ୍ଥାନକୁ ଯିବେ ଓ ସେହି ଅଞ୍ଚଳର ଦୁଇ ଜଣ ସ୍ବାଧୀନ ବ୍ୟକ୍ତିଙ୍କୁ ସାକ୍ଷୀ ଭାବେ ଗ୍ରହଣ କରିବେ। ଦରକାର ପଡ଼ିଲେ ଅଧିକ ଯାଞ୍ଚ ପାଇଁ ରେଜିଷ୍ଟ୍ରାର ସ୍ଥାନୀୟ ପୋଲିସର ସହାୟତା ନେଇପାରିବେ। ପ୍ରତ୍ୟକ୍ଷ ଯାଞ୍ଚ ବେଳେ ରେଜିଷ୍ଟ୍ରାର କାର୍ଯ୍ୟାଳୟର ଫଟୋ ଉଠାଇବେ। ସେ ଭଡ଼ା ଚୁକ୍ତି ଓ ଏନ୍ଓସି ଆଦିକୁ ଯାଞ୍ଚ କରିବେ। ଆବେଦନ ବେଳେ ଦିଆଯାଇଥିବା କାଗଜପତ୍ର ସହ ପ୍ରତ୍ୟକ୍ଷ ଯାଞ୍ଚରେ ତାଳମେଳ ନରହିଲେ ସେ ବିଷୟରେ କଂପାନି ଓ ଏହାର ନିର୍ଦେଶକମାନଙ୍କୁ ନୋଟିସ୍ ଜାରି କରାଯିବ। ୩୦ ଦିନ ଭିତରେ କଂପାନି ଆବଶ୍ୟକ କାଗଜପତ୍ର ନପଠାଇଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..