ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସପାଉଛି | ତୃତୀୟ ଲହର ଆସୁ କି ନ ଆସୁ ଟିକାକରଣକୁ ଜୋରଦାର କରିବାକୁ ଉଦ୍ୟମ ଜାରିରହିବ । କରୋନା କଟକଣା ପାଳନରେ ଢିଲା ନଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଭୂତାଣୁକୁ ଦୂରେଇବା ପାଇଁ ସମସ୍ତେ ଟିକା ନେବା ଦରକାର। ତୃତୀୟ ଲହରର ପ୍ରଭାବ କଣ ରହିବ ଏବେଠୁ କହିହେବନି। ଭୁତାଣୁର ମ୍ୟୁଟେସନ ହେଉଛି। ତେଣୁ ତା ପାଇଁ ଆଶଙ୍କା ରହୁଛି । ଦ୍ୱିତୀୟ ଲହରରେ ଯେମିତି ଅସୁବିଧାରେ ପଡିଲେ ତୃତୀୟ ଲହରରେ ବି ଅସୁବିଧାର ସମ୍ମୁଖୀନ ହେବାକୁ ପ଼ଡିପାରେ। ତେବେ ଆମେ ସମସ୍ତେ ମିଳିମିଶି କାମକଲେ ଏହାର କିଛି ପ୍ରଭାବ ପଡ଼ିବନି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ପରିବାର କଲ୍ୟାଣ ନିର୍ଦ୍ଦେଶକ ମଧ୍ୟ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଏବେ ସୁଦ୍ଧା ୧ କୋଟିରୁ ଅଧିକ ଡୋଜ୍ ଟିକାକରଣ ହୋଇସାରିଛି । ଘରୋଇ ହସ୍ପିଟାଲ ଗୁଡିକ ଚାହିଁଲେ ଆଜିଠୁ ସିଧାସଳଖ ଭ୍ୟାକ୍ସିନ ପ୍ରସ୍ତୁତ କାରୀ କମ୍ପାନିଠାରୁ ଟିକା କିଣି ଦେଇପାରିବେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
Discussion about this post