Report Card Odisha

| Daily Odia News

ପୁଣି ପେଟ୍ରୋଲ-ଡ଼ିଜେଲ ଦର ବୃଦ୍ଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ ପୁଣି ପେଟ୍ରୋଲ ଓ ଡ଼ିଜେଲର ଦରରେ ବୃଦ୍ଧି। ଗୋଟିଏ ଦିନ ପରେ ଆଜି ବିଭିନ୍ନ ସ୍ଥାନରେ ତୈଳଦର ୨୫ ରୁ ୨୮ ପଇସା ଲେଖାଏଁ ବୃଦ୍ଧି ହୋଇଛି। ସହରରେ ପୋଟ୍ରାଲ ୧୦୦ ଟଙ୍କା ଅତିକ୍ରମ କରିସାରିଥିବା ବେଳେ ଡିଜେଲ ଦାମ ମଧ୍ୟ ୧୦୦ ଟପିଛି। ମୁମ୍ବଇରେ ପେଟ୍ରୋଲ ଦର ଲିଟର ପିଛା ୧୦୩.୬୩ରେ ବିକ୍ରି କରାଯାଉଥିବା ବେଳେ ଗତକାଲି ଏହା ୧୦୩.୩୬ ରହିଥିଲା । ଏହାସହ ପେଟ୍ରୋଲ ୨୭ ପଇସା ମହଙ୍ଗା ହୋଇଛି। ରାଜଧାନୀରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଛି। ବର୍ଦ୍ଧିତ ଦର ପରେ ପେଟ୍ରୋଲର ଦାମ ୯୭.୫୦ ଟଙ୍କା ଓ ଡ଼ିଜେଲର ଦାମ ୮୮.୨୩ରେ ପହଞ୍ଚିଛି। ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଓ ଡ଼ିଜେଲ ୨୫ ପଇସା ଲେଖାଏଁ ବୃଦ୍ଧି ହୋଇଛି। ପେଟ୍ରେ।।ଲର ଦାମ ୯୮.୬୫ ଓ ଡିଜେଲର ଦାମ ଲିଟର ପିଛା ୯୨.୮୩ ଟଙ୍କା ରହିଛି। ସେହିପରି କଲକାତାରେ ଆଜି ଡିଜେଲ ଲିଟର ପିଛା ୯୧.୦୮ ଟଙ୍କା ଓ ପେଟ୍ରୋଲର ଦର ୯୭.୩୮ ଟଙ୍କ ରହିଛି।

Breaking News