ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ରାଜ୍ୟର ସମସ୍ତ ଲୋକସଭା ଆସନ ପାଇଁ ୨୧ଜଣ ଦଳୀୟ ନେତାଙ୍କୁ ସଂଯୋଜକଙ୍କୁ ନିଯୁକ୍ତି ମିଳିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ ଓ ନବନିଯୁକ୍ତ ଓଡ଼ିଶା ପ୍ରଭାରୀଙ୍କ ଦ୍ୱାରା ଏହି ନେତାମାନେ ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି । ସେମାନେ ହେଲେ ବରଗଡ଼-ଆଶୁତୋଷ ସ୍ୱାଇଁ , ସୁନ୍ଦରଗଡ଼- ଅନନ୍ତ ଶୟନ ପାଢ଼ୀ, ସମ୍ବଲପୁର- ପ୍ରେମଶଙ୍କର ମିଶ୍ର , କେନ୍ଦୁଝର-ବିଷ୍ଣୁ ବାରିକ, ମୟୂରଭଞ୍ଜ- ମନୋରଞ୍ଜନ ରାଉତ , ବାଲେଶ୍ୱର-ଜାନକୀବଲ୍ଲଭ ପଟ୍ଟନାୟକ, ଭଦ୍ରକ- ଜିଆ ଉଲ୍ ହକ୍ , ଯାଜପୁର-ଜିନେଶ ଦାସ, ଢ଼େଙ୍କାନାଳ-ବାଙ୍କନିଧି ବେହେରା, ବଲଙ୍ଗୀର-ଦିଲ୍ଲୀପ ନନ୍ଦ , କଳାହାଣ୍ଡି -ଦ୍ୱାରିକା ମହାପାତ୍ର , ନବରଙ୍ଗପୁର- ରବୀନ୍ଦ୍ର ମହାପାତ୍ର , କନ୍ଧମାଳ- ରାଜୀବ ପଟ୍ଟନାୟକ , କଟକ-ସୁବ୍ରତ ମହାପାତ୍ର ,କେନ୍ଦ୍ରପଡ଼ା- ଶଶିକାନ୍ତ ଲେଙ୍କା , ଜଗତସିଂହପୁର-ସୁଦୀପ୍ତ କର,ପୁରୀ-ବିପ୍ଲବ ଚୌଧୁରୀ , ଭୁବନେଶ୍ୱର- ହଳଧର ସେଠୀ , ଆସ୍କା- ଘନ ଶବର,ବ୍ରହ୍ମପୁର-ଶୁଭେନ୍ଦୁ ମହାନ୍ତି ଓ କୋରାପୁଟ ସଂସଦୀୟ କ୍ଷେତ୍ର ସଂଯୋଜକ ଭାବେ ପୀତବାସ ପଣ୍ଡା ବୋଲି ଜଣାପଡ଼ିଛି । ଆସନ୍ତା ୨୩ତାରିଖରୁ ଏହି ନୂଆ ସଂଯୋଜକଙ୍କ ସମେତ ବିଧାନସଭା ମଣ୍ଡଳୀ ସଂଯୋଜକଙ୍କ ନିମନ୍ତେ କଂଗ୍ରେସ ପକ୍ଷରୁ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଛି ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..