Report Card Odisha

| Daily Odia News

ଟୁଲକିଟ୍ ବିବାଦରେ ଟ୍ଵିଟକୁ କଂଗ୍ରେସର ଚିଠି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟୁଲକିଟ୍ ବିବାଦକୁ ନେଇ ଦିଲ୍ଲୀ ଓ ଗୁଡଗାଓଁରେ ଟୁଇଟର କାର୍ଯ୍ୟାଳୟରେ ଦିଲ୍ଲୀ ପୋଲିସ ଚଢାଉ କରିଥିଲା | ଏହା ପରେ ଏବେ କଂଗ୍ରେସ ପାର୍ଟି ଟୁଇଟରକୁ ଚିଠି ଲେଖି ୧୧ କେନ୍ଦ୍ର ମନ୍ତ୍ରୀଙ୍କ ଟ୍ଵିଟକୁ ‘ମାନ୍ୟୁପୁଲେଟିଭ୍ ‘ ମିଡିଆର ଟ୍ୟାଗ୍ ଦେବାକୁ ଦାବି କରିଛନ୍ତି। ସୂଚନା ଅନୁସାରେ- ଟୁଇଟର ବିବାଦ ଘେରରେ ଥିବା ଟୁଇଟ୍ସର ୟୁଆରଏସଲ ମଗାଇଛି । କଂଗ୍ରେସ ଦାବି କରିଛି ଯେ, କେନ୍ଦ୍ର ମନ୍ତ୍ରୀଙ୍କ ଟୁଇଟକୁ ମଧ୍ୟ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ପରି ‘ମାନ୍ୟୁପୁଲେଟିଭ୍’ ମିଡିଆର ଟ୍ୟାଗ୍ ଦିଆଯାଉ। କାରଣ ଏହି ସବୁ ଟୁଇଟ୍‌ ମିଥ୍ୟା ଓ ଘୃଣା ପ୍ରଚାର କରୁଛନ୍ତି । କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ଟୁଇଟରକୁ ଏହି ଚିଠି ଲେଖିଛନ୍ତି। ଏହି ଚିଠିରେ ଯେଉଁ ବିଜେପି ମନ୍ତ୍ରୀଙ୍କ ଟୁଇଟ୍‌ ଲିଙ୍କ୍ ଦିଆଯାଇଛି, ସେଥିରେ ରେଳ ମନ୍ତ୍ରୀ ପିୟୁଷ ଗୋଏଲ, ସ୍ଵାସ୍ଥ୍ୟ ମନ୍ତ୍ରୀ ଡ ହର୍ଷବର୍ଦ୍ଧନ, ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ମୁତି ଇରାନୀଙ୍କ ନାମ ସାମିଲ। ଗତ ସପ୍ତାହରେ ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ସ୍ମୁତି ଇରାନୀ, ଦଳୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ବିଏଲ ସନ୍ତୋଷଙ୍କ ବିରୋଧରେ କଥିତ ନକଲି ଟୁଲକିଟ୍‌କୁ ନେଇ ଅଭିଯୋଗ ଆସିଥିଲା। ଏହା ପରେ କଂଗ୍ରେସ ଆନୁଷ୍ଠାନିକ ଭାବେ ଟୁଇଟରକୁ ଚିଠି ଲେଖି ସେମାନଙ୍କର ଟୁଇଟ୍‌ଗୁଡିକୁ ହଟାଇବା ଏବଂ ଆକାଉଣ୍ଟକୁ ସବୁ ଦିନ ପାଇଁ ବନ୍ଦ ରଖିବାକୁ ଦବି କରିଥିଲା ।

Breaking News