ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଞ୍ଚାୟତ ନିର୍ବାଚନ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ମିଶ୍ରଣପର୍ବ । ମଙ୍ଗଳବାର କଂଗ୍ରେସ ଛାଡି ଥିବା ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ ବିଜେଡିରେ ଯୋଗ ଦେଇଛନ୍ତି । କଂଗ୍ରେସ ଗଡ କୋରାପୁଟ କଂଗ୍ରେସ ସ୍ଥିତି ଦୁର୍ବଳ ହେବ ବୋଲି ଆଶା କରାଯାଉଛି । ୨୦୧୪ରେ କୋରପୁଟ କୋଟପାଡରୁ ବିଧାୟକ ଥିଲେ ଚନ୍ଦ୍ର ଶେଖର । କଂଗ୍ରେସ ଟିକେଟରୁ ଜିତିଥିଲେ ଚନ୍ଦ୍ର ଶେଖର। ୨୦୧୯ ରେ ବିଜେଡି ନେତ୍ରୀ ତଥା ଏବେର ବୟନଶିଳ୍ପ ମନ୍ତ୍ରୀ ପଦ୍ମିନ ଦିଆନଙ୍କଠାରୁ ହାରିଯାଇଥିଲେ । ତାପୂର୍ବରୁ ଚନ୍ଦ୍ରଶେଖରଙ୍କ ଦାଦା ବାସୁଦେବ ମାଝୀ କଂଗ୍ରେସ ଟିକେଟରେ କୋଟପାଡରୁ ୮ ଥର ଜିତି ସବୁ ରେକର୍ଡ ଭାଙ୍ଗିଥିଲେ। ବିଜେଡି ମିଶ୍ରଣ ପର୍ବରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ସୁବାଷ ସିଂ, ରବି ନନ୍ଦ, ରମେଶ ମାଝୀ ପ୍ରମୁଖ ଉପସ୍ଥିତ ଅଛନ୍ତି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….