ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶର ସୀତାପୁର ଲୋକ ସଭା ଆସନର କଂଗ୍ରେସ ଏମପି ରାକେଶ ରାଠୋରଙ୍କୁ ପୋଲିସ ଗିରଫ କରିଛି। ରାକେଶ ରାଠୋରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆସିଛି। ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଖାରଜ କରି ଦଇଥିଲେ | ରାକେଶ ରାଠୋର ଲୋହାରବାଗସ୍ଥିତ ଘରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଥିଲା। ସମ୍ମିଳନୀର ମଝିରେ ପୋଲିସ ତାଙ୍କୁ ହେପାଜତକୁ ନେଇଗଲା। ବୁଧବାର ହିଁ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ ହୋଇଯାଇଥିଲା। ଗିରଫ ପରେ, ପୋଲିସ ଏମପିଙ୍କୁ କୋର୍ଟରେ ହାଜର କରିଥିଲା, ଯେଉଁଠାରେ ତାଙ୍କ ଜାମିନ ଉପରେ ନିଷ୍ପତ୍ତି ନିଆଯିବ। ଏହି ମାମଲାରେ ଗିରଫଦାରୀ ଏଡାଇବା ପାଇଁ କଂଗ୍ରେସ ଏମପି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା, କିନ୍ତୁ ବୁଧବାର ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ତାଙ୍କ ଆବେଦନକୁ ଖାରଜ କରିଦେଇ ସ୍ପଷ୍ଟ ଭାବରେ ତାଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ଏହାର ଠିକ ଗୋଟିଏ ଦିନ ପୂର୍ବରୁ, ସିଜେଏମ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। ଆଜି ଅର୍ଥାତ୍ ଗୁରୁବାର ଦିନ, ଯେତେବେଳେ ରାକେଶ ରାଠୋର ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିଲେ, ପୋଲିସ ସେଠାରେ ପହଞ୍ଚି ତାଙ୍କୁ ହେପାଜତକୁ ନେଇଥିଲା।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..