Report Card Odisha

| Daily Odia News

ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ନେତା ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ନେତା ଗିରଫ ହୋଇଛନ୍ତି | ଏକ ଟିଭି ସୋରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ କଂଗ୍ରେସ ନେତା ତ‌ଥା ଆଡଭୋକେଟ କୌତ୍ସବ ବାଗଚି ଙ୍କୁ ଗିରଫ ହୋଇଥିବା ଜଣାପଡିଛି । କୌତ୍ସଭଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କୋଲକାତାର ବୁରତୋଲା ପୋଲିସ ଷ୍ଟେସନ୍‌ରେ ଏକ ଅଭିଯୋଗ ହୋଇଥିଲା। କୌତ୍ସବ ଦୀର୍ଘଦିନ ଧରି ମମତାଙ୍କ ବିରୋଧରେ ରାଜନୈତିକ ମନ୍ତବ୍ୟ ରଖିଆସୁଛନ୍ତି। ଯାହା ଅନେକ‌ଥର ବିବାଦ ମଧ୍ୟ ସୃଷ୍ଟି କରିଛି। ଅଭିଯୋଗକୁ ଆଧାର କରି ପୋଲି ସ ଏକ ଏତଲା ମଧ୍ୟ ରୁଜୁ କରିଛି। ବୁରତୋଲା ପୋଲିସ ଅଧିକାରୀ ପହଞ୍ଚି ବାରାକପୁରରେ ରହୁଥିବା କୌତ୍ସବଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ପୂର୍ବରୁ ତାଙ୍କୁ ଦୀର୍ଘ ସମୟ ଧରୀ ଜେରା କରାଯାଇଥିଲା। ଶନିବାର ସକାଳେ କୌତ୍ସବକୁ ଗିରଫ କରାଯାଇଛି।

Breaking News