ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ଦଳ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି ଯେ ତାମିଲନାଡୁରେ ପରବର୍ତ୍ତୀ ସରକାର ଗଠନ ପାଇଁ ତାମିଲଗା ଭେଟ୍ରି କାଝାଗମ (ଟିଭିକେ)କୁ ସମର୍ଥନ କରିବେ। ଦଳ ଘୋଷଣା କରିଛି ଯେ, ଏହି ମେଣ୍ଟ ପାରସ୍ପରିକ ସମ୍ମାନ ଏବଂ ରାଜ୍ୟ ସରକାରରେ ଉପଯୁକ୍ତ ଭାଗ ଉପରେ ପ୍ରତିଷ୍ଠିତ ହୋଇଛି। ଚେନ୍ନଇର ଟିଭିକେ ମୁଖ୍ୟାଳୟରେ ଟିଭିକେ ମୁଖ୍ୟ ବିଜୟଙ୍କୁ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି ତାମିଲନାଡୁ କଂଗ୍ରେସ ବିଧାୟକ ମାନେ। ସରକାର ଗଠନ ପାଇଁ ଟିଭିକେକୁ ପୂର୍ଣ୍ଣ ସମର୍ଥନ ଦେବାକୁ ତାମିଲନାଡୁ କଂଗ୍ରେସ କମିଟି ଏବଂ କଂଗ୍ରେସ ବିଧାୟକ ଦଳ (ସିଏଲପି) ନିଷ୍ପତ୍ତି ନେଇଛନ୍ତି। ତାମିଲନାଡୁ ଦାୟିତ୍ୱରେ ଥିବା କଂଗ୍ରେସ ନେତା ଗିରିଶ ଚୋଡାଙ୍କର ବିଜୟଙ୍କୁ ଭେଟିବା ପରେ ଏକ ବିବୃତ୍ତିରେ କହିଛନ୍ତି ଯେ ବିଜୟ ତାମିଲନାଡୁରେ କଂଗ୍ରେସକୁ ଆନୁଷ୍ଠାନିକ ଭାବରେ ସମର୍ଥନ ଅନୁରୋଧ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଭାରତର ସମ୍ବିଧାନରେ ବିଶ୍ୱାସ କରୁନଥିବା କୌଣସି ସାମ୍ପ୍ରଦାୟିକ ଶକ୍ତିକୁ ଟିଭିକେ ଏହି ମେଣ୍ଟରୁ ଦୂରେଇ ରଖିବା ଉପରେ ଆମର ସମର୍ଥନ ସର୍ତ୍ତମୂଳକ ହେବ ବୋଲି ସେ କହିଛନ୍ତି। କଂଗ୍ରେସର ସମର୍ଥନ ପତ୍ର ପାଇବା ପରେ ବିଜୟ ରାଜଭବବନ ଅଭିମୁଖେ ବାହାରିଛନ୍ତି।






More Stories
ଇସ୍ତଫା ଦେଲେ ହିମନ୍ତ ବିଶ୍ବଶର୍ମା…..
ମୋଦୀଙ୍କୁ ଅଭିନନ୍ଦନ ଜଣାଇଲେ ଟ୍ରମ୍ପ…..
ବଢ଼ିବ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା…..