ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରାଷ୍ଟ୍ରପତିଙ୍କ ଜି-୨୦ ଡିନର କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇନାହାନ୍ତି। ଉକ୍ତ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପି ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, ବିଜେପି ଦେଶର ୬୦ ପ୍ରତିଶତ ଜନସଂଖ୍ୟାଙ୍କୁ ଆଦୌ ଗୁରୁତ୍ବ ଦେଉନଥିବା ପ୍ରମାଣିତ ହୋଇଛି। ସେମାନେ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରିତ ନକରିବାପାଇଁ ନିଷ୍ପତ୍ତି ନେଲେ। ଏଥିରୁ କିଛି କଥା ସ୍ପଷ୍ଟ ହେଉଛି। ଏଥିରୁ ଜଣାପଡ଼ୁଛି ଯେ ସେମାନେ ଦେଶର ୬୦ ପ୍ରତିଶତ ଜନସଂଖ୍ୟାଙ୍କୁ ଗୁରୁତ୍ବ ଦେଉନାହାନ୍ତି। ଜନସାଧାରଣ ଏ ବିଷୟରେ ଚିନ୍ତା କରିବା ଉଚିତ। ରାହୁଲ ଗାନ୍ଧି ଏବେ ୟୁରୋପ ଗସ୍ତରେ ଥିବାବେଳେ ୟୁରୋପରୁ ଏହି ଟିପ୍ପଣୀ ଦେଇଛନ୍ତି। ଅନ୍ୟପକ୍ଷେ ମଲ୍ଲିକାର୍ଜୁନ ଖଡ଼ଗେ ଜି-୨୦ ଅତିଥି ତାଲିକାରୁ ବାଦ୍ ପଡ଼ିବା ବିଷୟକୁ ନେଇ ଜଣେ କଂଗ୍ରେସ ନେତା ଜାତିଆଣ ଭେଦଭାବ କଥା ଉଠାଇଛନ୍ତି। ତାମିଲନାଡ଼ୁର କଂଗ୍ରେସ ନେତା ମୋହନ କୁମାରମଙ୍ଗଳମ କହିଛନ୍ତି, ‘ମୋଦୀ ହୈ ତୋ ମନୁ ହୈ’। କୁମାରମଙ୍ଗଳମ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ପ୍ରାଚୀନ ହିନ୍ଦୁ ଋଷି ମହର୍ଷିଙ୍କ ଦ୍ବାରା ଲିଖିତ ମନୁସ୍ମୃତିର ଲିଗାସିକୁ କାଏମ ରଖିବାକୁ କହିଛନ୍ତି। ଜାତିଭିତ୍ତିକ ଭେଦଭାବ ପାଇଁ ଉତ୍ସାହିତ କରୁଥିବା ଅଭିଯୋଗରେ ମନୁସ୍ମୃତିକୁ ଅନେକ ପଣ୍ଡିତ ସମାଲୋଚନା କରନ୍ତି ବୋଲି ସେ କହିଛନ୍ତି।






More Stories
ରାଜପାଲ ଙ୍କୁ ମିଳିଲା ଜାମିନ…..
ଆସନ୍ତାକାଲି ସୂର୍ଯ୍ୟଗ୍ରହଣ….
ଆଜିଠୁ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬…..