ରିପୋର୍ଟ କାର୍ଡ / ଭୁବନେଶ୍ବର
ଆସନ୍ତା ୪ରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ। ଭୋଟ ଚୋରି ଅଭିଯୋଗରେ କଂଗ୍ରେସର PAC ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ଭବନରୁ ବାହାରି ନିର୍ବାଚନ କମିଶନ ଯାଏଁ ପଦଯାତ୍ରାରେ ଯିବେ। ରାଜ୍ୟ ପ୍ରଭାରୀ ଅଜୟ ଲଲୁ ଓ ପିସିସି ସଭାପତି ଭକ୍ତ ଦାସ ଏନେଇ ସୂଚନା ଦେଇଛନ୍ତି ।ଗତ ୭ ତାରିଖରେ ରାହୁଲ ନୂଆଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀରେ କହିଥିଲେ, କର୍ନାଟକର ମହାଦେବପୁରା ନିର୍ବାଚନ ମଣ୍ଡଳରେ ବ୍ୟାପକ ଭୋଟ ଚୋରି ହୋଇଥିଲା। ନକଲି ନାମ, ଜାଲ ଠିକଣା ସମେତ ଗୋଟିଏ ଠିକଣାରେ ଏକାଧିକ ନାମ ପଞ୍ଜୀକରଣ ଜରିଆରେ ଲକ୍ଷାଧିକ ଭୋଟ ଚୋରି ହୋଇଥିବା ସେ ଅଭିଯୋଗ କରିଥିଲେ।






More Stories
ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ….
ଲକ୍ଷ ଲକ୍ଷ ନାଗରିକଙ୍କୁ ମତଦାନ ରୁ ବଞ୍ଚିତ କରିବା ବେଆଇନ…..
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..